ଅଣ୍ଡର-୧୯ ବିଶ୍ୱକପରେ କରୋନା ଆତଙ୍କ : ୯ ଖେଳାଳି ପଜିଟିଭ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅଣ୍ଡର-୧୯ ବିଶ୍ୱକପରେ ପଶିଲା କରୋନା । କାନାଡ ଦଳର ୯ଜଣ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ବିଶ୍ୱକପର ୨ଟି ମ୍ୟାଚକୁ ବାତିଲ କରାଯାଇଛି।
ପ୍ରକାଶ ଯେ, କାନାଡା ଓ ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍ ରବ୍ଦ କରାଯାଇଛି। ସେହିପରି ୟୁଗାଣ୍ଡା ଓ ପପୁଅ ନ୍ୟୁଗିନି ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲା ମଧ୍ୟ ବାତିଲ ହୋଇଛି । ଏହି ମୁକାବିଲା ପ୍ରଥମ ମ୍ୟାଚର ବିଜେତାଙ୍କ ଉପରେ ନିର୍ଭର କରୁଥିଲା। ଶନିବାର ଓ ରବିବାର ବ୍ରାଏନ ଲାରା କ୍ରିକେଟ ଆକାଡେମୀରେ ଏହି ମୁକାବିଲା ଖେଳାଯାଇଥାନ୍ତା ।
ଖେଳାଳିଙ୍କୁ ଏବେ କ୍ୱାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି ବୋଲି icc ପକ୍ଷରୁ କୁହାଯାଇଛି।
କାନାଡା ଜାନୁଆରୀ ୨୯ରେ ସ୍କଟଲାଣ୍ଡ ବିପକ୍ଷରେ ପ୍ଲେ-ଅଫ୍ ସେମିଫାଇନାଲ ଖେଳିଥାନ୍ତା । ଯାହା ରବ୍ଦ ହୋଇଛି। ଖେଳର ନିୟମ ଅନୁସାରେ ସ୍କଟଲାଣ୍ଡର କାନାଡା ତୁଳନାରେ ଅଧିକ ରେନ୍ ରେଟ୍ ଅଛି । ସ୍କଟଲାଣ୍ଡ ୧୩ତମ ଓ ୧୪ତମ ପ୍ଲେ-ଅଫ୍ ପାଇଁ କ୍ଲାରିଫାଏ କରିବ ।