ୟୁକ୍ରେନରେ ୧୮ ରୁ ୬୦ ବୟସଙ୍କ ଦେଶ ଛାଡିବା ଉପରେ ଲାଗିଲା କଟକଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷ ଏବଂ ୟୁକ୍ରେନରେ ଜାରି ରହିଛି ଲଢେଇ । ଗୁରୁବାରରୁ ଋଷରେ ଲଗାତାର ସବୁପଟୁ ଆକ୍ରମଣ କରୁଛି ପୁଟିନ ସେନା । ଋଷ ପକ୍ଷରୁ ସୈନ୍ୟ ଆକ୍ରମଣ କରିବା ପରେ ରାଷ୍ଟ୍ରପତି ଦେଶରେ ମାର୍ସାଲ ଲ ଲାଗୁ କରିଛି । ନାଗରିକଙ୍କୁ ଅପିଲ କରାଯାଉଛି କି, ସେମାନ ଭୟଭୀତ ନ ହୁଅନ୍ତୁ । ୧୮ରୁ ୬୦ ବର୍ଷ ବ୍ୟକ୍ତିଙ୍କୁ କୁହାଯାଇଛି ଯେ, ସେମାନେ ଦେଶ ଛାଡି ନ ଯାଅ । ୧୮ ରୁ ୬୦ ମଧ୍ୟରେ ଥିବା ସବୁ ୟୁକ୍ରେନ ପୁରୁଷମାନଙ୍କୁ ଦେଶ ଛାଡି ଯିବାରେ ଲଗାଯାଇଛି ପ୍ରତିବନ୍ଧକ ।
ୟୁକ୍ରେନ ସୀମା ରକ୍ଷକ ସେବା ସୂଚନା ଅନୁାସାରେ ଏହି ପ୍ରତିବନ୍ଧକ ଏଥିପାଇଁ ଲାଗୁ ହୋଇଛି ଯ, କାରଣ ସରକାର ଚାହୁଛନ୍ତି ଦେଶ ସୁରକ୍ଷା ପାଇଁ ସବୁ ପୁରୁଷମାନେ ଆଗେଇ ଆସ । ବର୍ତ୍ତମାନ ଯୁଦ୍ଧ ସମୟରେ ୟୁକ୍ରେନ ସେନାକୁ ସାହାଯ୍ୟ ସହ ଗୁରୁତରଙ୍କ ସହାୟତା କର ବୋଲି ସରକାର ଦେଶବାସୀଙ୍କୁ ଅପିଲ କରିଛନ୍ତି ।