ଦୁଇ ସେଲୁନ ବାଲା କରୋନା ପଜିଟିଭି, ୧୪୦ ଜଣ ଲୋକ ଚୁଟି କାଟିଥିଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମେରିକାର ମିସୌରିରେ ଦୁଇଜଣ ସେଲୁନବାଲା ଗତମାସରେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ। ସେମାନେ କାମ କରୁଥିବା ସେଲୁନରେ ୧୪୦ ଜଣ ଲୋକ ଚୁଟି କାଟିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କି ଏତେ ଲୋକ ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ ବି କେହି କରୋନା ଦ୍ୱାରା ସଂକ୍ରମିତ ହୋଇନାହାନ୍ତି ।

ଗବେଷକମାନେ ଏବେ ଏହାର କାରଣ ଜାଣିବାକୁ ଉଦ୍ୟମ କରୁଛନ୍ତି । ଏ ପର୍ଯ୍ୟନ୍ତ ଯାହା ଜଣାପଡିଛି ଉକ୍ତ ସେଲୁନର ସମସ୍ତ କର୍ମଚାରୀ ଏବଂ ସେଠାକୁ ଯାଉଥିବା ସମସ୍ତ ଗ୍ରାହକ ଫେସ୍‌ମାସ୍କ ବ୍ୟବହାର କରୁଥିଲେ । ତା’ ସହ ସେଠାରେ ସାମାଜିକ ଦୂରତ୍ୱ ବି ରକ୍ଷା କରାଯାଉଥିଲା । ସେଠାକାର ୭ ଜଣ କର୍ମଚାରୀ ଉକ୍ତ ଦୁଇ କରୋନା ଆକ୍ରାନ୍ତଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିଥିଲେ ।

୧୪୦ ଗ୍ରାହକ ଏବଂ କର୍ମଚାରୀଙ୍କ ଭିତରୁ ୬୦ ଜଣଙ୍କର ପରୀକ୍ଷା କରାଯାଇଥିଲା । ସମସ୍ତଙ୍କର ନମୁନା ନେଗେଟିଭ୍‌ ବାହାରିଛି । ବାକି ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା । କିନ୍ତୁ ସେମାନଙ୍କ ଭିତରୁ କେହି ହେଲେ ବି କରୋନା ଦ୍ୱାରା ସଂକ୍ରମିତ ହୋଇନାହାନ୍ତି । ଏହା ଗବେଷକମାନଙ୍କୁ ଚକିତ କରିଛି। କାରଣ ଲକ୍ଷଣପ୍ରକାଶ ପାଉଥିବା କରୋନା ରୋଗୀଙ୍କ ଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ସମ୍ଭାବନା ଅଧିକ ଥାଏ ବୋଲି ପୂର୍ବରୁ ଧାରଣା ଥିଲା ।

Leave a comment