ନଦୀରୁ ଭାଇ-ଭଉଣୀଙ୍କୁ ଉଦ୍ଧାର କଲେ ୨ ନାବାଳକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ନିକଟସ୍ଥ ହାତୀନଦୀ ପୋଲ ଉପରୁ ଭଉଣୀ ଡେଇଁବା ପରେ ଭାଇ ମଧ୍ୟ ଡେଇଁପଡ଼ିଥିଲେ। ଏହା ଦେଖି ନଦୀରେ ଗାଧୋଉଥିବା ଦୁଇ ନାବାଳକ ଏହି ଭାଇ ଓ ଭଉଣୀଙ୍କୁ ଉଦ୍ଧାର କରିଛନ୍ତି।

ପ୍ରକାଶ ଯେ, ଭବାନୀପାଟଣା ସଦର ବ୍ଲକ୍‌ କାମଠଣା ଗାଁର ଭୋଗା ମାଝୀ ତାଙ୍କ ସମ୍ପର୍କୀୟ ଭଉଣୀ ରାକ୍ଷୀ ମାଝୀଙ୍କୁ ନେଇ ନିଜେ ଅଟୋ (ଓଡି୦୮ ଏମ୍ ୨୧୬୯)ରେ ଲଡୁଗାଁକୁ ନେଉଥିଲେ। ହାତୀନଦୀ ପୋଲ ପାଖକୁ ଯିବା ସମୟରେ ରାକ୍ଷୀ ଅଟୋକୁ ରଖିବାକୁ କହି ହଠାତ ନଦୀକୁ ଡେଇଁ ପଡ଼ିଥିଲେ। ଭୋଗା ତାଙ୍କୁ ବଞ୍ଚାଇବା ପାଇଁ ନିଜେ ମଧ୍ୟ ଡେଇଁ ପଡ଼ିଥିଲେ। ଠିକ୍‌ ଏହି ସମୟରେ ନଦୀରେ ଗାଧୋଉଥିବା ଜୁନାଗଡ଼ ସହର ତାଲବନ୍ଧପଡ଼ାର ଦୁଇ ଭାଇ ଯୁକ୍ତଦୁଇରେ ପଢ଼ୁଥିବା ଓମ ପ୍ରକାଶ ସାହୁ ଓ ନବମ ଶ୍ରେଣୀ ଛାତ୍ର ପ୍ରେମ ପ୍ରକାଶ ସାହୁ ସେମାନଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

Leave a comment