ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା, ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା । ମାମଲାରେ ପୋଲିସକୁ ମିଳିଛି ଆଉ ଏକ ସଫଳତା । ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଚନ୍ଦକା ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କୁ ଧରି ଘଟଣାସ୍ଥଳକୁ ନେଉଛି ପୋଲିସ । ସେପଟେ ମହିଳା ଜଣଙ୍କ ମଞ୍ଚେଶ୍ୱର ଥାନା ଅଞ୍ଚଳର ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଗତ ୪ତାରିଖ ଦିନ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରେ ଏକ ବୁଦା ମୂଳରୁ ମହିଳାଙ୍କ ମୃତଦେହ ମିଳିଥିଲା । ଯାହାକୁ ନେଇ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଏପରିକି ଘଟଣାରେ ତଥ୍ୟ ହାସଲ ପାଇଁ ପୋଲିସ ୨ ଥର ପୋଷ୍ଟମର୍ଟମ କରିଥିଲା । ପୋଷ୍ଟ ମର୍ଟମ ରିପୋର୍ଟରୁ ମହିଳା ଜଣଙ୍କ ଗର୍ଭବତୀ ଥିବା ଜଣାପଡିଥିଲା । ତେବେ ଇତିମଧ୍ୟରେ ଘଟଣାକୁ କିଛି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ଟେର୍‌ ପାଇନଥିଲା । ଶେଷରେ ଗୁରୁବାର ଦିନ ମହିଳାଙ୍କ ପରିଚୟ ପୋଲିସ ହସ୍ତଗତ ହୋଇଥିବା ନେଇ ଖବର ଆସିଥିଲା । ଏବଂ ଏହାପରେ ହତ୍ୟାକାଣ୍ଡ ସଂପର୍କରେ କମିଶନରେଟ ପୋଲିସ ପ୍ରେସମିଟ୍‌ ଜରିଆରେ ସମସ୍ତ ତଥ୍ୟ ରଖିବ ବୋଲି ସୂଚନା ମିଳିଥିଲା ।
କିନ୍ତୁ ଗୋଟିଏ ପଟେ ମହିଳାଙ୍କ ପରିଚୟ ମିଳିବା ପରେ ପୋଲିସକୁ ଆଉ ଏକ ସଫଳତା ମିଳିଛି । ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଅଜ୍ଞାତସ୍ଥାନରେ ରଖି ପଚରାଉଚରା କରୁଥିଲା ପୋଲିସ । ତେବେ ପୋଲିସ ଏବେ ୨ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳ ଅଭିମୁଖେ ବାହାରିଛି । ଆବଶ୍ୟକସ୍ଥଳରେ ଆଜି ହିଁ ଘଟଣାସ୍ଥଳରେ ହତ୍ୟାକାଣ୍ଡର ରିକ୍ରିଏସନ ହୋଇପାରେ । ତେବେ କେଉଁ କାରଣ ପାଇଁ ହତ୍ୟା କରିଥିଲେ ଅଭିଯୁକ୍ତ । ତାହାର ଖୁଲାସା ପୋଲିସ ପ୍ରେସମିଟ୍‌ ଜରିଆରେ ସୂଚନା ଦେବାର ସମ୍ଭାବନା ରହିଛି ।

Leave a comment