ବଜ୍ରପାତରେ ୨ ମୃତ୍ୟୁ ୩ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରେ ଅଭାବନୀୟ ଘଟିଛି । ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ୩ ଜଣ ଗୁରୁତର ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଦେଖି ଶିବାଶିଷ ଦାସ, ଅଲ୍ଲୀ ଖାନ ଓ ସମ୍ବିତ ଡାଙ୍ଗ ମାଳପଡା ମଦନ ଗୁଡିଆ ବଗିଚା ନିକଟସ୍ଥ ଏକ ଗଛ ମୂଳରେ ଛିଡ଼ା ହୋଇଥିଲେ । ସେହି ସମୟରେ ବଜ୍ରପାତ ହୋଇଥିଲା ସେଠାରେ ଶିବାଶିଷଙ୍କ ମୃତ୍ୟୁ ଘଟିଥିଲା । ଅଲ୍ଲୀ ଖାନ ଓ ସମ୍ବିତ ଡାଙ୍ଗ ଗୁରୁତର ଆହତ ହୋଇଥିଲେ ସେମାନଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

Leave a comment