ରାଜ୍ୟରେ ଆଉ ୨ଦିନ ବର୍ଷିବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ଏଥର ନାଁ ଶୀତ ଛାଡ଼ୁଛି ନାଁ ବର୍ଷା । ପାଣି ପାଗକୁ ଦେଖି ମନେ ହେଉଛି ବର୍ଷା ଶୀତ ଗୋଟିଏ ମୁଦ୍ରାର 2ଟି ପାଶ୍ୱ. ପୁଣି ଆଜି ଦକ୍ଷିଣ ଏବଂ ପଶ୍ଟିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହି ବର୍ଷା ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏବେ ହରିୟାଣା ଠାରୁ ଦକ୍ଷିଣ ଉତ୍ତର ପ୍ରଦେଶ ଦେଇ ବିହାର ଏବଂ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି । ଏହା ସହ ପଶ୍ଚିମା ଝଡ଼ ମଧ୍ୟ ସକ୍ରିୟ ହେବା ଓ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା କଟକ, ଜଗତସଂହପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ଢେଙ୍କାନାଳରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ।
ସେପଟେ ସ୍ୱଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୭ରୁ ପାଗ ଶୁଖିଲା ରହିବା ସହ ଶୀତ ବଢିବ ବୋଲି ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।