ରାଜଧାନୀରୁ ଦୁଇ କୋଟି ଟଙ୍କାର ଗଜେଇ ଜବତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖଣ୍ଡଗିରି ଛକରେ ଆଜି ସକାଳେ ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟ ପକ୍ଷରୁ ଚଢ଼ାଉ କରି ପ୍ରାୟ ଦୁଇକୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି।

ଟ୍ରକରେ ଆନ୍ଧ୍ରପ୍ରଦେଶର ଇଚ୍ଛାପୂରମରୁ ବିହାରକୁ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ ରେ ରାଜସ୍ୱ  ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏନେଇ ଦୁଇଜଣଙ୍କୁ  ଅଟକରଖି ପଚରାଉଚରା କରାଯାଉଛି।

ଆନ୍ଧ୍ରପ୍ରଦେଶରୁ ଏକ ଟ୍ରାନ୍ସପୋର୍ଟ ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ଓଡ଼ିଶା ଦେଇ ବିହାର ର ପାଟଣାକୁ ଚାଲାଣ ହେଉଥିବା ରାଜସ୍ୱ ଗୁଇନ୍ଦା ବିଭାଗ ସୂଚନା ପାଇଥିଲା। ଖବର ପାଇ ରାଜସ୍ୱ ଗୁଇନ୍ଦା ଅଧିକାରୀ ମାନେ ବିଭିନ୍ନ ସ୍ଥାନରେ ଜଗି ରହିଥିଲେ। ଟ୍ରକଟି ଖଣ୍ଡଗିରି ରେ ପହଁଚିବା ପରେ ତାକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଟ୍ରକ କ୍ୟାବିନରୁ ୧୦ କୁଇଣ୍ଟାଲ ଗଞ୍ଜେଇ ମିଳିଥିଲା।

Leave a comment