ସୁସ୍ଥ ହୋଇ ଘରକୁ ଫେରିଲେ ଭୁବନେଶ୍ୱରର ଦୁଇ କରୋନା ଆକ୍ରାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁସ୍ଥ ହେଲେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ । ଉଭୟ ଭୁବନେଶ୍ୱର ବାସିନ୍ଦା ବୋଲି ସୂଚନା ମିଳିଛି । ସେମାନଙ୍କୁ ଆଜି ହସ୍ପିଟାଲରୁ ଘରକୁ ଯିବାକୁ ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୮ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଆଜିର ଦୁଇ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏହି ଖବର ପରେ ରାଜ୍ୟରୁ କରୋନା ଭୟ ଧୀରେ ଧୀରେ କମିବାରେ ଲାଗିଛି ।

Leave a comment