ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ହେଲା ଟ୍ୱିଟର
twetter

ଆବୁଜା : ରାଷ୍ଟ୍ରପତିଙ୍କ ଟ୍ୱିଟ ହଟାଇବାରୁ ଅନିଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ‘ଟ୍ୱିଟର’। ଟ୍ୱିଟର ବିରୋଧରେ ନାଇଜେରିଆ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାର ଟ୍ୱିଟରକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ରଖିଛନ୍ତି। ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଦୁଇପାଖିଆ ମନୋଭାବ ପୋଷଣ କରିଥିବା ସରକାର ଅଭିଯୋଗ କରିଛନ୍ତି। ସରକାର କହିଛନ୍ତି ଯେ ପଶ୍ଚିମ ଆଫ୍ରିକା ଦେଶରେ ବିଚ୍ଛିନ୍ନତାବାଦୀଙ୍କୁ ଟ୍ୱିଟର ସମର୍ଥନ କରିଛି । ତେଣୁ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ନାଇଜେରିଆର ସୂଚନା ଓ ସଂସ୍କୃତି ମନ୍ତ୍ରୀ ଲାଇ ମହମ୍ମଦ ଘୋଷଣା କରିଛନ୍ତି। ମହମ୍ମଦ କହିଛନ୍ତି ଯେ ଫେଡେରାଲ ସରକାର ରାଷ୍ଟ୍ରୀୟ ପ୍ରସାରଣ ଆୟୋଗଙ୍କୁ ନାଇଜେରିଆରେ ସମସ୍ତ ଓଟିଟି ଓ ସୋସିଆଲ ମିଡିଆ ସଞ୍ଚାଳନ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଟ୍ୱିଟରକୁ ନେଇ ସରକାର ଗତ ବୁଧବାର ସନ୍ଦେହ ପ୍ରକାଶ କରିଥିଲେ । ଏହା ପରେ ଟ୍ୱିଟ୍ର ରାଷ୍ଟ୍ରପତି ମୁହମମ୍ମଦୁ ବୁହାରୀଙ୍କ ପୋଷ୍ଟ ହଟାଇ ଦେଇଥିଲା। ଯେଉଁଥିରେ ରାଷ୍ଟ୍ରପତି ୧୯୬୭ରୁ ୧୯୭୦ ଦୀର୍ଘ ୩ ବର୍ଷ ଧରି ଦେଶରେ ଜାରି ଗୃହ ଯୁଦ୍ଧ ସନ୍ଦର୍ଭରେ ଉଲ୍ଲେଖ କରିଥିଲେ।
ନାଇଜେରିଆ ରାଷ୍ଟ୍ରପତିଙ୍କ ପୋଷ୍ଟ ଉପରେ ନେଟିଜେନଙ୍କ ପ୍ରତିକ୍ରିୟା ପରିପ୍ରେକ୍ଷୀରେ ଟ୍ୱିଟର କର୍ତ୍ତୃପକ୍ଷ ଏପରି ପଦକ୍ଷେପ ନେଇଥିଲେ । ଏଥିରେ ରାଷ୍ଟ୍ରପତି ଦୁଃଖବ୍ୟକ୍ତ କରିଥିବା ବେଳେ ନାଇଜେରିଆ ଗୃହ ଯୁଦ୍ଧରେ ହୋଇଥିବା ବିନାଶ ଓ ଧନଜୀବନ ହାନୀ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ଏହା ତାଙ୍କର କ୍ଷୁଦ୍ର ପ୍ରୟାଶ ଥିଲା ବୋଲି କହିଥିଲେ। ତେବେ ଟ୍ୱିଟର ପ୍ରସଙ୍ଗରେ ପ୍ରତିକ୍ରିୟାହୀନ ଥିବା ବେଳେ ଶୁକ୍ର ସରକାର ଦେଶରେ ଏହାର ପ୍ରସାରଣ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି ।