ନିର୍ବାଚନ ଆୟୋଗଙ୍କୁ ଟୁଇଟ୍‌ ଯୋଗେ ଅନୁରୋଧ ଅଖିଳେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦେଶରେ ଚାଲିଛି ୫ଟି ରାଜ୍ୟରେ ନିର୍ବାଚନ ସେ ମଧ୍ୟରୁ ଉତ୍ତରପ୍ରଦେଶ ସବୁଠାରୁ ଗୁରୁତ୍ୱପୂର୍ଣ । ଆଜି ସକାଳ ୭ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମତଦାନ ରାଜ୍ୟର ପଶ୍ଚିମ ଭାଗର ୧୧ ଟି ଜିଲ୍ଲାରେ ବ୍ୟାପିଥିବା ୫୮ ଟି ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ଟୁଇଟ୍‌ ଯୋଗେ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି ଯେ ଉତ୍ତରପ୍ରଦେଶରେ ଇଭିଏମ୍‌ର ତ୍ରୁଟିପୂର୍ଣ୍ଣ କିମ୍ବା ଧିରେ ଧିରେ ମତଦାନ ଚାଲିଛି।

ନିର୍ବାଚନ ଆୟୋଗଙ୍କ ନିକଟରେ ଆବେଦନ ଏବଂ ଆଶା ରହିଛି ଯେ ଯେଉଁଠାରେ ଇଭିଏମ୍‌ର ତ୍ରୁଟିପୂର୍ଣ୍ଣ କିମ୍ବା ମନଇଚ୍ଛା ମତଦାନ ମନ୍ଥର ହୋଇଥିବାର ଅଭିଯୋଗ ଆସେ, ତୁରନ୍ତ ସେହି ମତଦାନ କେନ୍ଦ୍ରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।

ଅଖିଳେଶ ହିନ୍ଦୀରେ ଏକ ଟୁଇଟ୍‌ରେ କହିଛନ୍ତି ଯେ ନିରପେକ୍ଷ ଭୋଟ୍ ନିର୍ବାଚନ ଆୟୋଗର ସବୁଠାରୁ ବଡ ଦାୟିତ୍ୱ ଅଟେ। ଆଉଏକ ଟୁଇଟରେ ଅଖିଳେଶ କହିଛନ୍ତି, “ନୂଆ ୟୁପିର ନୂଆ ସ୍ଲୋଗାନ: ବିକାଶ ଏକ ଚିନ୍ତାଧାରା ହେଉ!”

Leave a comment