ଟିଭି ପାଇଁ ଗଲା ବାପ,ପୁଅ ଙ୍କ ଜୀବନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟିଭି ଦେଖିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ର ଧରାକୋଟ ଥାନା ଅନ୍ତର୍ଗତ ଜାହାଡ଼ା ପଞ୍ଚାୟତର କୁଶପଡ଼ା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୁଅର ଟିଭି ଦେଖାକୁ ବାପା ବିରାଧ କରି ଗାଳି ଦେବାରୁ ପୁଅ ଆତ୍ମହତ୍ୟା କରିବା ପରେ ବାପା ମଧ୍ୟ ଆତ୍ମହତ୍ୟା କଲେ।
ସୂଚନାନୁଯାୟୀ, କଳ୍ପବଟ ପଣ୍ଡା(୨୦) ପାଠପଢ଼ାରେ ଖୁବ ଭଲ ଥିଲେ ଓ ବାହାରେ ହଷ୍ଟେଲ ରେ ରହି ପାଠପଢୁଥିଲେ। ମାତ୍ର କିଛିଦିନହେବ ସେ ପାଠ ନପଢି ଟିଭି ଦେଖିବାରେ ଅଧିକ ସମୟ ବିତାଉ ଥିବାରୁ ବାପା ରାଜେନ୍ଦ୍ର ପଣ୍ଡା(୫୫) ପୁଅ କଳ୍ପବଟ ଙ୍କୁ ଗଳି ଦେଇଥିଲେ। ଏହାପରେ କଳ୍ପବଟ ଘରୁ ବାହାରକୁ ପଳାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ କଳ୍ପବଟ ଘରକୁ ନଫେରିବାରୁ ରାଜେନ୍ଦ୍ର ପୁଅ କୁ ଖୋଜିବାକୁ ଯାଇ କଣିତୋଟାରେ ପହଞ୍ଚିଥିଲେ। ସେଠାରେ ପୁଅର ଝୁଲନ୍ତା ମୃତଦେହ ଦେଖି ନିଜର ହିତାହିତ ଜ୍ଞାନ ହଜାଇଦେଇଥିଲେ ଓ ଏହି ଘଟଣା ପାଇଁ ନିଜକୁ ଦାୟୀ ଭାବି ନିଜେ ମଧ୍ୟ ଆତ୍ମହତ୍ୟା କରିଥିଲେ। ଗାଁ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବାସହ ବ୍ୟବଛେଦ ପାଇଁ ପଠାଇଛି।