ଭାରତରେ ପାଦ ରଖିଲେ ଟ୍ରମ୍ପ, କୁଣ୍ଢାଇ ପକାଇଲେ ମୋଦୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାହାଙ୍କ ଅପେକ୍ଷା କରିଥିବା ଭାରତ ସେ ବର୍ତ୍ତମାନ ଭାରତରେ ପହଞ୍ଚିଯାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସର୍ଦ୍ଦାର ପହ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିଛନ୍ତି। ଏହାସହ ଟ୍ପମ୍ପଙ୍କୁ ସ୍ଥାନୀୟ ଲୋକନୃତ୍ୟ ପରିବେଶଷ କରି ସ୍ୱାଗତ କରାଯାଇଛି। ଟ୍ରମ୍ପ ପ୍ରଥମେ ସାବରମତୀ ଆଶ୍ରମକୁ ଯିବେ ବୋଲି ଜଣାପଡିଛି। ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ,ଝିଅ ଓ ଜ୍ୱାଇଁ ଅଛନ୍ତି।
#WATCH Prime Minister Narendra Modi hugs US President Donald Trump as he receives him at Ahmedabad Airport. pic.twitter.com/rcrklU0Jz8
— ANI (@ANI) February 24, 2020