ଟ୍ରକକୁ ପଛରୁ ପିଟିଲା ଭ୍ୟାନ, ୪ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଟ୍ରକକୁ ପଛରୁ ପିଟିଲା ଭ୍ୟାନ. ଏହି ଦୁର୍ଘଟଣାରେ ୪ ମୃତ ହୋଇଥିବା ବେଳେ 4ଗୁରୁତର ହୋଇଛନ୍ତି । ଏହି ଭ୍ୟାନରେ ୮ ଜଣ ଲୋକ ତାଳପଡାରୁ ବାଡିସୁଗାକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା ।4 ଗୁରୁତରଙ୍କୁ ଏମକେସିଜି ହସ୍ପିଟାଲକୁ ସ୍ତାନାନ୍ତରଣ କରାଯାଇଛି ।
ପ୍ରକାଶଥାଉ କି, ଭୋଜି ଖାଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ଟ୍ରକକୁ ପଛରୁ ଏକ ମାରୁତି ଓମନି ଧକ୍କା ଦେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି । ମୃତକମାନେ ହେଲେ ସଦର ଥାନା ଅନ୍ତର୍ଗତ ଗୁମାଗଡ଼ ଗାଡିଶୂଗା ଗ୍ରାମର ରୋଜାଲିନ ଦିଗାଲ (12), ଭଗିଆ ଦିଗଲ(10),ବବି ପ୍ରଧାନ(ଗାଡି ଚାଳକ) ଓ ପୂର୍ଣ୍ଣ ମିଶ୍ର (42) । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଗୁରୁତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଗୁରୁତରଙ୍କୁ ପ୍ରଥମେ ଫୁଲବାଣୀ ମେଡିକାଲ ନେଇଥିଲେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏକ ଜନ୍ମଦିନ ଭୋଜି ଖାଇବା ପାଇଁ ତାଳପଡା ଗାଁ ଯାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।