ଅଫେରନ୍ତା ରାଇଜରେ ଶାନ୍ତିରେ ଥା…
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାହୁଁ ଚାହୁଁ ଯୁବ ତଥା ପ୍ରତିଭାବାନ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକକୁ ବର୍ଷେ ପୁରିଗଲା । ଅଫେରନ୍ତା ରାଇଜରେ ତମେ ଶାନ୍ତିରେ ଥା… । ତମ ଆତ୍ମାକୁ ସଦଗତି ମିଳୁ । ଏଭଳି ପ୍ରାର୍ଥନା କରି ରାଜଧାନୀରେ ସାମ୍ବାଦିକ, ପୋଲିସ, ରାଜନେତା ଓ ସାଧାରଣ ଲୋକେ ଆଜି ଦୀପଦାନ କରିଛନ୍ତି ।

ରାମ ମନ୍ଦିର ସମ୍ମୁଖରେ ସ୍ୱର୍ଗତ ପ୍ରବୀର ପ୍ରଧାନଙ୍କ ଉର୍ଦ୍ଦେଶ୍ୟରେ ଦୀପଦାନ କରାଯାଇଛି । ଏଥିରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସମେତ ଅନେକ ପୋଲିସ ଅଧିକାରୀ, ସାମ୍ବାଦିକ, ରାଜନେତା ପ୍ରମୁଖ ସାମିଲ ହୋଇଥିଲେ । ଦୀପଦାନ ପୂର୍ବକ ପ୍ରବୀରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା ।

ଏହି ଅବସରରେ ଡିସିପିଙ୍କ ସମେତ ବରିଷ୍ଠ ଆଇନଜୀବୀ ବନ ମହାନ୍ତି, ପୂର୍ବତନ କର୍ପୋରେଟର ଅମରେଶ ଜେନା (ବାୟାଁ), ସମାଜ ସେବୀ ତଥା ଜୟ ଓଡ଼ିଶାର ଆବାହକ ରୁଦ୍ର ନାରାୟଣ ସାମନ୍ତରାୟ, ଏସିପି ମାନସ ଗଡନାୟକ, ଅରୁଣ ସ୍ୱାଇଁ, ଶରତ ସାହୁ, ଇନସ୍ପେକ୍ଟର ହିମାଂଶୁ ସ୍ୱାଇଁ, ଦୟାନିଧି ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏଥିସହିତ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ସାମ୍ବାଦିକ ପ୍ରଦୀପ୍ତ ସ୍ୱାଇଁ, ପ୍ରତାପ ପ୍ରଧାନ, ଜିତେନ୍ଦ୍ର ମହାନ୍ତି, ଗଗନ ସ୍ୱାଇଁ, ଶୁଭକାନ୍ତ ପଢିହାରୀ, ଯତିନ୍ଦ୍ର ସେଣ୍ଡ, ରାଜେଶ ସାମନ୍ତରାୟ, ପ୍ରିୟପ୍ରିତମ ମହାନ୍ତି, ଅକ୍ଷୟ ଦାସ, ନବୀନ, ସଂଜୟ ଜେନା, ଜିତେନ୍ଦ୍ର ସାହୁ, ଦୀପକ ସାମଲ, ତାପସ ପରିଡା, ସୁମନ୍ତ ସୁନ୍ଦରାୟ, ଆଲୋକ ବାରିକ, ମାମାଲି ବେବର୍ତା, ସରୋଜ ରାଉତ ଓ ସମ୍ବିତଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇ ପ୍ରବୀରଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।