୫୬, ୫୭,୫୮,୫୯ ଓ ୬୦ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସକାଳେ ୫୬ ନମ୍ବର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ୬୬ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ଯାଜପୁରର ବୋଲି ଜଣାପଡିଛି । କୋଲକାତାର ବାବୁଘାଟରୁ ଏକ ଟାଟା ମ୍ୟାଜିକ ଗାଡିରେ ୧୭ ଜଣ ଯାତ୍ରୀଙ୍କ ସହ ଯାଜପୁରର ଷଠିପୁରରେ ୨୮ ମାର୍ଚ ରାତିରେ ପହଞ୍ଚିଥିଲେ । ତାପରେ ଷଠିପୁରରୁ ଗଣେଶପୁର ଯାଏ ଏକ ମାଛ ଗାଡିରେ ବସି ୨୯ ମାର୍ଚ୍ଚରେ ଯାଜପୁର ପହଞ୍ଚିଥିଲେ । ତା ପରେ ଯାଜପୁରର ତ୍ରିଲୋଚନପୁରରେ ୧୩ ଏପ୍ରିଲ ଯାଏଁ ହୋମ କ୍ୱାରେନଟାଇନରେ ରହିଲେ । ୧୪ ତାରିଖରେ ପଜିଟିଭି ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ପଠାଯାଇଛି । ।
୫୭ତମ କରୋନା ଆକ୍ରାନ୍ତ ୫୦ବର୍ଷୀୟ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ବମିଖାଲ କଣ୍ଟେନମେଣ୍ଟ ଅଞ୍ଚଳରୁ ଜଣାପଡିଛି । ଯେ କି ୭, ୮ ୨୨ ଓ ୩୯ତମ କରୋନା ଆକ୍ରାନ୍ତ ପଡୋଶୀ ବୋଲି ଜଣାପଡିଛି । ଏହି ଆକ୍ରାନ୍ତ ୨୨ ମାର୍ଚ୍ଚରୁ ୧୩ ଏପ୍ରିଲ ଯାଏଁ ସେ ନିଜ ଘରେ ରହିଥିଲେ । ସେହି ସମୟରେ ସେ ଗଣେଶ ମଣ୍ଡପ ପାଖ ପରିବା ଦୋକାନ ଯାଇଥିଲେ । ଓଭର ବ୍ରିଜ ନିକଟ ରିଲାଏନ୍ସ ଫ୍ରେସ ଯାଇ ସାମଗ୍ରୀ କିଣିଥିଲେ । ବୋମିଖାଲ ଏବଂ ରସୁଲଗଡ ମାର୍କେଟ ବୁଲିଥିଲେ । ତାଙ୍କ ଠାରେ ମଧ୍ୟ କୌଣସି ଲକ୍ଷଣ ଦେଖାଯାଇନଥିଲେ ମଧ୍ୟ ପାଖରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ଏବଂ ପଜିଟିଭ ଚିହ୍ନଟ ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲକୁ ପଠାଯାଇଛି ।
ସେହିଭଳି ୫୮ତମ କରୋନା ଆକ୍ରାନ୍ତ ଭୁବନେଶ୍ୱରର ବମିଖାଲ କଣ୍ଟେନମେଣ୍ଟ ଅଞ୍ଚଳର । ଯେ କି ୫୧ବର୍ଷୀୟ ମହିଳା ଅଟନ୍ତି । ଏହି ମହିଳା ଜୟଦୁର୍ଗାନଗରର ବେବିଲୋନ ଆପର୍ଟମେଣ୍ଟରେ ୨୨ ମାର୍ଚରୁ ୧୩ ଏପ୍ରିଲ ଯାଏଁ ରହିଥିଲେ । ମହିଳା ଜଣଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇନଥିଲା । ମାତ୍ର ପାଖରେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ତାଙ୍କର ଟେଷ୍ଟ କରାଯାଇଥିଲା । ୧୪ ଏପ୍ରିଲରେ ପଜିଟିଭ ଚିହ୍ନଟ ପରେ ତାଙ୍କୁ କିମ୍ସର କୋଭିଡ ହସ୍ପିଟାଲକୁ ପଠାଯାଇଛି ।
୫୯ତମ କରୋନା ଆକ୍ରାନ୍ତ ଭୁବନେଶ୍ୱରର ବମିଖାଲ କଣ୍ଟେନମେଣ୍ଟ ଅଞ୍ଚଳର । ୭୫ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ମଧ୍ୟ ଅନ୍ୟ କରୋନା ଆକ୍ରାନ୍ତଙ୍କ ପଡୋଶୀ ବୋଲି ସୂଚନା ମିଳିଛି ।
୬୦ତମ କରୋନା ୫୧ବର୍ଷୀୟ କରୋନା ଆକ୍ରାନ୍ତ ଭୁବନେଶ୍ୱରର ଝାରପଡା ଅଞ୍ଚଳର । ନିଳାଦ୍ରୀନଗରର ୫୧ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ୪୨ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ୨୨ ମାର୍ଚ୍ଚରୁ ୧୩ ଏପ୍ରିଲ ଯାଏଁ ନିଳଦ୍ରୀନଗରରେ ରହିବା ବେଳେ ସେ କେସୁରା ବଜାର, ରସୁଲଗଡ ହାଟ ଏବଂ ପଳାଶୁଣୀ ଯାଇଥିଲେ ବଜାରରୁ ସଉଦା ଆଣିବା ପାଇଁ । ୧୪ ତାରିଖରେ ତାଙ୍କର ନମୂନା ସଂଗ୍ରହ କରାଯିବା ପରେ ସେହି ୧୪ରେ ହିଁ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି ।