ଓଡ଼ିଆ ଭାଷାରେ ମିଳିବ ରେଳ ଟିକେଟ, ଏପ୍ରିଲ୍‌ ୧ରୁ ଲାଗୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଥର ଓଡ଼ିଆ ଭାଷାରେ ଲେଖାହେବ ଓଡ଼ିଶାର ରେଳ ଟିକଟ୍‌ । ଓଡ଼ିଶାରେ ରେଳ ଟିକେଟ୍‌ ଆଞ୍ଚଳିକ ଭାଷାରେ ଛାପିବା ପାଇଁ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ଚିଠିରେ ଲେଖିଛନ୍ତି, ଯାତ୍ରୀ ସୁବିଧାରେ ଗତ କିଛି ବର୍ଷରେ ବହୁ ଉନ୍ନତି ପରିଲକ୍ଷିତ ହେବା ସହ ଯାତ୍ରା ସମୟରେ ଲୋକଙ୍କର ଅନୁଭୂତି ସୁଖଦ ହେଉଛି । ଓଡ଼ିଶାରେ ଟିକେଟ ଗୁଡିକ ଓଡିଆ ଭାଷାରେ ଉପଲବ୍ଧ ହେଲେ ରାଜ୍ୟବାସୀ ଅଧିକ ଲାଭବାନ ହେବେ ବୋଲି ଧର୍ମେନ୍ଦ୍ର ଚିଠିରେ ଉେଲ୍ଲେଖ କରିଛନ୍ତି ।

ସେପଟେ ଏପ୍ରିଲ ୧ ତଥା ଉତ୍କଳ ଦିବସରୁ ଓଡ଼ିଆ ଭାଷାରେ ଟ୍ରେନ ଟିକେଟ ମିଳିବ ବୋଲି କେନ୍ଦ୍ର ରେଳମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି । ରାଜ୍ୟରେ ମୋଟ ୩୧୭ଟି ରେଳ ଷ୍ଟେସନରେ ଓଡ଼ିଆ ଭାଷାରେ ଛପା ହୋଇଥିବା ଅଣ-ସଂରକ୍ଷିତ ଟିକେଟ ମିଳିବ ବୋଲି ରେଳମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ହୋଇଛି ।

Leave a comment