ତାଇୱାନରେ ଟ୍ରେନ ଲାଇନଚ୍ୟୁତ, ୪୮ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ତାଇୱାନର ଟୋରୋକୋ ଜର୍ଜ ସହରରେ ଶୁକ୍ରବାର ଏକ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ ହେବାଫଳରେ ୪୮ ଜଣ ପ୍ରାଣ ହରାଇଥିବାବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ଏକ ଟନେଲରୁ ବାହାରୁଥିବାବେଳେ ଉକ୍ତ ଟ୍ରେନ୍ଟି ରେଳଧାରଣା ଉପରେ ଅଟକିଥିବା ଏକ ଟ୍ରକ୍କୁ ଧକ୍କା ଦେବାପରେ ଲାଇନଚ୍ୟୁତ ହୋଇଥିଲା। ରେଳବାଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ରେଳବାଇ କାର୍ଯ୍ୟରେ ଏହି ଟ୍ରକଟି ବ୍ୟବହୃତ ହେଉଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ପାହାଡିଆ ରାସ୍ତାରୁ ଖସି ରେଳଧାରଣାରେ ଅଟକିଯାଇଥିଲା। ତେବେ ଟ୍ରାକରୁ ସ୍ଥାନାନ୍ତର କରାଯିବା ପୂର୍ବରୁ ଦ୍ରୁତଗାମୀ ଟ୍ରେନଟି ଉକ୍ତ ଟ୍ରକକୁ ଧକ୍କା ଦେଇଥିଲା।

Leave a comment