ୟୁପିଏସସି ପରୀକ୍ଷା ପାଇଁ ପୁର୍ବତଟ ରେଳବାଇ ପକ୍ଷରୁ କେନ୍ଦୁଝର ରୁ ସ୍ୱତନ୍ତ୍ର ଟ୍ରେନ ଵ୍ୟଵସ୍ଥା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ଅକ୍ଟୋବର 4 ତାରିଖ ରବିବାର ହେବାକୁଥିବା ୟୁପିଏସସି ପରୀକ୍ଷା ପାଇଁ ପୂର୍ବ ତଟ ରେଳବାଇ ପକ୍ଷରୁ କେନ୍ଦୁଝର ରୁ କଟକ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ତା ହୋଇଥିବା ଡ଼ି ଟି ଆଇ ପ୍ରଦୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଏହି ସ୍ୱତନ୍ତ୍ର ମେମୁ ଟ୍ରେନ ଟି କେନ୍ଦୁଝରଗଡ଼ ଷ୍ଟେସନ ରୁ ଆଗାମୀ ଅକ୍ଟୋବର 3 ତାରିଖ ଶନିବାର ଅପରାହ୍ନ 4 ଟା ରେ ବାହାରି ହରିଚନ୍ଦନପୁର, ସୁକିନ୍ଦା,ଜଖପୁରା, ହରିଦାସପୁର,ଧାନମଣ୍ଡଳ ଓ କପିଳାଶ ରୋଡ଼ ରେ ରହିବା ପରେ ସନ୍ଧ୍ୟା 7.15 ରେ କଟକ ଷ୍ଟେସନରେ ପହଞ୍ଚିବ । ସେହିପରି ପରଦିନ ଅକ୍ଟୋବର 4 ତାରିଖ ରବିବାର ସନ୍ଧ୍ୟା 8 ଟା ରେ ଏହି ଟ୍ରେନ କଟକ ଷ୍ଟେସନ ରୁ ବାହାରି ଉପରୋକ୍ତ ଷ୍ଟେସନ ରେ ରହିବାପରେ ରାତ୍ରୀ 11.15 ରେ କେନ୍ଦୁଝରଗଡ଼ ଷ୍ଟେସନ ରେ ପହଞ୍ଚିବ ବୋଲି ସୂଚନା ମିଳିଛି । ଉକ୍ତ ସ୍ୱତନ୍ତ୍ର ମେମୁ ଟ୍ରେନ ରେ ଇଞ୍ଜିନ ବ୍ୟତୀତ 9 ଟି ବଗି ରହିବ । ତେବେ ଟିକଟ କାଉଣ୍ଟର କୁ ଯିବାବେଳେ ଓ ଟ୍ରେନ ରେ ଯାତ୍ରା ସମୟରେ ସମସ୍ତ କୋଭିଡ ନିୟମକୁ ପାଳନ କରିବାକୁ ହେବ ବୋଲି ଜଣାପଡିଛି । ପ୍ରକାଶ ଯୋଗ୍ୟଯେ ପୂର୍ବରୁ ମଧ୍ଯ ପୂର୍ବ ତଟ ରେଳବାଇ ତରଫରୁ ଏନଡ଼ିଏ ଓ ନାଭାଲ ପରୀକ୍ଷା ସମୟରେ କେନ୍ଦୁଝର ରୁ କଟକ ଏବଂ ନିଟ ପରୀକ୍ଷା ସମୟରେ କେନ୍ଦୁଝର ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସ୍ୱତନ୍ତ୍ର ମେମୁ ଟ୍ରେନ ଵ୍ୟଵସ୍ଥା କରାଯାଇଥିଲା ।

Leave a comment