ସମ୍ଭାବ୍ୟ ବାତ୍ୟା ପାଇଁ ଆସନ୍ତାକାଲି ଗଞ୍ଜାମର ସମସ୍ତ ସ୍କୁଲ ବନ୍ଦ ରହିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ଜୱାଦ କୁ ଦୃଷ୍ଟିରେ ରଖି ଆସନ୍ତାକାଲି ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ । ବାତ୍ୟା ଆସୁଥିବାରୁ ଆଗୁଆ ପଦକ୍ଷେପ ନେଇଛନ୍ତି ପ୍ରଶାସନ ।

ସୂଚନା ଅନୁଯାୟୀ, ପିଲାଙ୍କ ପାଇଁ ସ୍କୁଲ ଛୁଟି ଥିବା ବେଳେ ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ ଆସିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲରେ ରହି ଉପସ୍ଥିତ ରହି ପ୍ରଶାସନକୁ ସହଯୋଗ କରିବେ ଶିକ୍ଷକ ।

Leave a comment