ଆଜି ହୋଲି… ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଖେଳୁଛନ୍ତି ହୋଲି

ମିଠା ପିଠାର ଆସର ସହ ବାଜୁଛି ଡ଼ିଜେ

0

ଭୁବନେଶ୍ୱର : ଆଜି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଖେଳୁଛନ୍ତି ହୋଲି । ୨ ବର୍ଷ ପରେ ପୁଣି ପୁର୍ବ ପରି ଲୋକମାନେ ଆଜି ହୋଲି ଖେଳୁଥିବାର ଦେଖିବାକୁ ମିଳୁଛି । ଘରେ ଘରେ ରଙ୍ଗର ଆସର ଜମିଛି । ହୋଲି ଲଗାଇ ପରସ୍ପରକୁ ଅଭିନନ୍ଦନ ଜଣାଇବେ । ନାଲି , ସବୁଜ ,ହଳଦିଆ ରଙ୍ଗ ଲଗେଇ ଖୁସି ବାଣ୍ଟୁଥିବାର ନଜରକୁ ଆସିଛି । ନାଚ ଗୀତରେ ମଜିଛନ୍ତି, ରଙ୍ଗରେ ଭିଜୁଛନ୍ତି । କେଉଁଠି ଡିଜେର ତାଳେ ତାଳେ ନାଚ ଜମିଛି ତ ଆଉ କେଉଁଠି ଅବିର ବର୍ଷା । ଛୋଟ ପିଲାମାନେ ଭଳିକି ଭଳି ଫଗୁ ସହ ପିଚକାରୀ, ଟୋପି, ମାସ୍କ ଲଗାଇ ହୋଲି ଖେଳୁଛନ୍ତି ।

ହୋଲି ଖେଳ ବେଳେ ଆପଣ ମାନେ ସମସ୍ତେ ଗୋଟିଏ କଥା ଉପରେ ନଜର ରଖିବେ ଯେପରି ପଶୁ, ପକ୍ଷୀ, ବୃକ୍ଷଙ୍କ ଉପରେ ହୋଲିର କୌଣସି କୁପ୍ରଭାବ ନପଡ଼େ ଏବଂ ପାଣିର ବ୍ୟବହାର ମଧ୍ୟ କମ୍ କରିବେ ।

Leave a comment