ଆଜି ଶିଶୁ ଦିବସ, ଜାଣିଛନ୍ତି କି ଆମ ଦେଶରେ ନଭେମ୍ବର ୧୪ ରେ ପାଳନ ହୁଏ, ମାତ୍ର ଏହି ଦେଶରେ ଅନ୍ୟ ଦିନରେ ପାଳନ ହୁଏ, ଏହା ପଛର କାରଣ ଜାଣିବା ଆସନ୍ତୁ

0

ସ୍ବାଧୀନ ଭାରତ ପରେ ଦେଶର ଶାସନ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଜି ଜନ୍ମ ବାର୍ଷିକୀ। ଦେଶର ସ୍ବାଧୀନତା ପରେ, ୧୫ ଅଗଷ୍ଟ ୧୯୪୭ ରେ, ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ଭାରତରେ ୧୯୬୪ ପୂର୍ବରୁ ଅର୍ଥାତ ନେହେରୁଙ୍କ ମୃତ୍ୟୁ ପୂର୍ବରୁ ୨୦ ନଭେମ୍ବରରେ ଶିଶୁ ଦିବସ ପାଳନ କରାଯାଇଥିଲା, କିନ୍ତୁ ତାଙ୍କ ମୃତ୍ୟୁ ପରେ ତାଙ୍କ ଜନ୍ମଦିନ ଅର୍ଥାତ୍ ୧୪ ନଭେମ୍ବରକୁ ଶିଶୁ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା।

ନେହେରୁ ୧୫ ବର୍ଷ ବୟସରେ ଇଂଲଣ୍ଡ ଯାଇଥିଲେ ଏବଂ ହାରୋରେ ଦୁଇ ବର୍ଷ ରହିବା ପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇଥିଲେ, ଯେଉଁଠାରୁ ସେ ପ୍ରାକୃତିକ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୧୨ ମସିହାରେ ଭାରତ ଫେରିବା ପରେ ସେ ସିଧା ରାଜନୀତିରେ ଯୋଗ ଦେଇଥିଲେ। ୧୯୧୨ ମସିହାରେ ସେ ପ୍ରତିନିଧୀ ଭାବରେ ବାଙ୍କିପୁର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ୧୯୧୯ ମସିହାରେ ହୋମ ରୁଲ ଲିଗ ଅଫ ଆହ୍ଲାବାଦର ସଚିବ ହୋଇଥିଲେ। ୧୯୧୬ ମସିହାରେ ସେ ମହାତ୍ମା ଗାନ୍ଧୀଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ, ଯାହାଙ୍କଠାରୁ ସେ ବହୁତ ଅନୁପ୍ରାଣିତ ମଧ୍ୟ ହୋଇଥିଲେ।

ପଣ୍ଡିତ ନେହେରୁ ୧୪ ନଭେମ୍ବର ୧୮୮୯ ରେ ଉତ୍ତରପ୍ରଦେଶର ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ପଣ୍ଡିତ ନେହେରୁ ପିଲାମାନଙ୍କୁ ଅଧିକ ଭଲ ପାଉଥିଲେ। ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ। ସେଥିପାଇଁ ପଣ୍ଡିତ ନେହେରୁଙ୍କ ଜନ୍ମ ବାର୍ଷିକୀକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ୧୯୪୭ ମସିହାରେ ଦେଶର ସ୍ବାଧୀନତା ପରେ ପଣ୍ଡିତ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୬୪ ମସିହାରେ ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ପରଲୋକ ହୋଇଥିଲା।

ଅନେକ ଦେଶରେ ଜୁନ୍ ୧ କୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଘୋଷଣା ଅନୁଯାୟୀ କିଛି ଦେଶ ନଭେମ୍ବର ୨୦ ରେ ଶିଶୁ ଦିବସ ମଧ୍ୟ ପାଳନ କରୁଛନ୍ତି।

Leave a comment