ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି, ୩ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟରେ ୫୮ ଜଣ ସଂକ୍ରମିତ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟାରେ ୩୫୨ ଛୁଇଁଛି । ଆଜି ନୂଆ ୫୮ ଜଣ ଚିହ୍ନଟ ହେବା ସହ ରାଜ୍ୟରେ ୨୦ ଜିଲ୍ଲାକୁ କରୋନା ଛୁଇଁଛି ।

ଗ୍ରୀନ୍ ଜୋନ୍ରେ ଥିବା ଅନୁଗୋଳ ଜିଲ୍ଳାରେ ପ୍ରଥମ ଥର ପାଇଁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୨୯ ଓ ବାଲେଶ୍ୱରରୁ ୧୫ ଜଣ ପଜିଟିଭ ନୂଆ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା ସଂକ୍ରମିତ ତାଲିକାର ଶୀର୍ଷରେ ଗଞ୍ଜାମ ରହିଛି । ଏହି ଜିଲ୍ଲାରେ ୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ହେଲେଣି ।
ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ସୁରତ ଫେରନ୍ତା ବୋଲି ଜଣାପଡିଛି । ଚିହ୍ନଟଙ୍କ ମଧ୍ୟରୁ ୨୮୧ ଜଣ ସକ୍ରିୟ ଥିବାବେଳେ ୬୮ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ପ୍ରକାଶ । ଏଥି ସହ ଆଜି ଆଉ ଜଣେ କରୋନା ସଂକ୍ରମିତଙ୍କ ମଧ୍ୟ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

Leave a comment