ତମାଖୁ ସେବନ କ୍ୟାନ୍ସରର ପ୍ରମୁଖ କାରଣ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ତମାଖୁ ସେବନର ବହୁ କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡେ ଆଉ ସାଙ୍ଘାତିକ ରୋଗ ସୃଷ୍ଟି କରେ। ୧୭ ପ୍ରକାରର କ୍ୟାନ୍ସର ହୋଇଥାଏ ତମାଖୁ ସେବନ ଦ୍ୱାରା। ତେବେ ତମାଖୁ ହେଇଛି କ୍ୟାନ୍ସର ସୃଷ୍ଟିର ମୁଖ୍ୟ କାରଣ। ପ୍ରତି ୮ ସେକେଣ୍ଡରେ ଜଣେ କ୍ୟାନ୍ସରରେ ଆକ୍ରାନ୍ତ ହେଉଛନ୍ତି। ତମାଖୁ ବର୍ଜନ ଏବଂ ଏହାର ସେବନର କୁପ୍ରଭାବ ସମ୍ପର୍କରେ ସଚେତନା ସୃଷ୍ଟି କରିବା ପାଇଁ ମେ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଛି।

ନିରବ ଘାତକ ହେଉଛି ତମାଖୁ। ଯାହାକି ଯନ୍ତ୍ରଣା ଦାୟକ ମୃତ୍ୟୁର ଅନ୍ୟନାମ ତମାଖୁ। ଆମ ଦେଶରେ ୨୫ କୋଟିରୁ ଅଧିକ ତମାଖୁ ଜନିତ କର୍କଟ ରୋଗୀ ଥିବାବଳେ ପ୍ରତିବର୍ଷ ୮ ଲକ୍ଷ ନୂଆ ରୋଗୀ ସୃଷ୍ଟି ହେଉଛନ୍ତି। ରାଜ୍ୟ ତଥା ଦେଶରେ ଦିନକୁ ଦିନ ତମାଖୁ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୧୬-୧୭ ସର୍ଭେ ଅନୁସାରେ ଭାରତରେ ପ୍ରାୟ ୭୦% ଲୋକ ତମାଖୁ ବ୍ୟବହାର କରନ୍ତି। ୧୯% ପୁରୁଷ ଓ ୯% ମହିଳା ଧୂଆଁ ଯୁକ୍ତ ତମାଖୁ ବ୍ୟବହାର କରୁଥିବା ବେଳେ ୨୯.୬% ପୁରୁଷ ଓ ୧୨.୮% ମହିଳା ଧୂଆଁ ବିହୀନ ତମାଖୁ ବ୍ୟବହାର କରୁଥିବା ଦେଖାଦେଇଛି।

୪୨% ପୁରୁଷ ଏବଂ ୧୪.୨% ମହିଳା ଗୁଟ୍‌ଖା ଓ ସିଗାରେଟ୍‌ ବ୍ୟବହାର କରନ୍ତି। ଏଥିରୁ ୫୫.୪% ଧୂମପାନ କରି ତ୍ୟାଗ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ୪୯% ଗୁଟ୍‌ଖା ଛାଡ଼ିବା ପାଇଁ ପ୍ରୟାସ କରୁଛନ୍ତି। ସେହିପରି ଭାବେ ୪୮% ଲୋକଙ୍କୁ ଡାକ୍ତର ଧୂମପାନ ଓ ୩୧%ଙ୍କୁ ଗୁଟଖା ଛାଡ଼ିବା ପାଇଁ କହିଛନ୍ତି। ୯୨% ଲୋକ ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଭାବୁଥିବା ବେଳେ ୯୫% ଗୁଟ୍‌ଖା ଖାଇବା ଦ୍ୱାରା ମଣିଷ ମୃତ୍ୟୁମୁଖରେ ପଡ଼ୁଛି ବୋଲି ଚିନ୍ତା କରୁଛନ୍ତି।

Leave a comment