ଆଜି ମହାରାଷ୍ଟ୍ର ଓ ଦକ୍ଷିଣ ଭାରତରୁ ଫେରୁଛନ୍ତି ଶତାଧିକ ଶ୍ରମିକ, ଟିଟିଲାଗଡ ରେଳ ଷ୍ଟେଶନକୁ ଦୁଲହନ ପରି ସଜା ଯାଇଛି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଦୁଇଟି ସ୍ୱତନ୍ତ୍ର ଟ୍ରେନ ରେ ମହାରାଷ୍ଟ୍ର ଓ ଦକ୍ଷିଣ ଭାରତ ରୁ ପାଖାପାଖି ୨୪୦୦ ଶ୍ରମିକ ଟିଟିଲାଗଡ ଷ୍ଟେଶନରେ ଓଲ୍ହାଇବେ। ସରକାରଙ୍କ ତରଫରୁ ପୁରା ପରିସରକୁ ବିବାହ ମଣ୍ଡପ ଭଳିଆ ସଜା ଯାଇଛି । ବିଭିନ୍ନ ରଙ୍ଗର ବେଳୁନ ଦ୍ୱାରା ସ୍ୱାଗତ ଦ୍ୱାର ମଧ୍ୟ କରା ଯାଇଛି । ପୁରା ପରିସର ରେ ନାଲି ଓ ଗ୍ରୀନ କଲର ର କାର୍ପେଟ ବିଛା ଯାଇଛି । ତାଙ୍କ ସ୍ୱାଗତ ରେ କୌଣସି ପ୍ରକାର ତୃଟି ରହି ନ ଯାଏ ସେଥି ପ୍ରତି ଜିଲ୍ଲା ପ୍ରଶାସନ ପୁରା ଦମ ଲଗେଇ ଦେଇଛି। ଫେରନ୍ତା ମାନଙ୍କ ପାଇଁ ରାତା ରାତି କେତୋଟି ସ୍ୱତନ୍ତ୍ର ପାଇଖାନା ମଧ୍ୟ ତିଆରି କରା ଯାଇଛି । ବଡ଼-ବଡ଼ ଫ୍ଲେକ୍ସ ବେନର ମାଧ୍ୟମ ରେ ସବୁ ଫେରାନ୍ତଙ୍କୁ ସ୍ୱାଗତ ଜଣା ଯାଇଛି।
ସରକାରଙ୍କ ଏହି ପ୍ରସ୍ତୁତି କୁ କେତେ ଜଣ ଭୁୟସୀ ପ୍ରଶଂସା କରିଛନ୍ତି ତ ଅନେକ ଲୋକ ଏହି ତାମ-ଝାମ କୁ ନାପସନ୍ଦ କରି ସରକାରୀ ଝଜଣା ଉପରେ “ବୋଝ ଉପରେ ନଳିତା ବିଡ଼ା” ର ଆଖ୍ୟା ଦେଇଛନ୍ତି। ଲୋକେ ଚର୍ଚ୍ଚା କରୁଛନ୍ତି ଯେ ବର୍ତ୍ତମାନ ପୁରା ଦେଶ ଓ ରାଜ୍ୟର ଆର୍ଥିକ ଅବସ୍ଥା ଚୁରମାର ହୋଇ ଯାଇ ଥୁବା ବେଳେ ଏହି ସବୁ ତାମ-ଝାମ କିମ୍ବା ଆଡମ୍ବର ର ଆଵଶ୍ୟକତା ନ ଥିଲା। ଶ୍ରମିକ ଙ୍କୁ ଆଣି ବସ ଦ୍ୱାରା ତାଙ୍କ ଗନ୍ତବ୍ୟ ସ୍ଥାନରେ ପଠେଇ ଦେବା ହିଁ ଯଥେଷ୍ଠ ଥିଲା।
ବିରୋଧୀ ଦଳର କିଛି ନେତା ଓ ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଥିଲେ ଯେ ପ୍ରଥମେ ପୂର୍ବାଂଚଳ ଜିଲ୍ଲା ଯଥା ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, ଖୋର୍ଦ୍ଧା ଆଦି ଜିଲ୍ଲା ର ଶ୍ରମିକ ମାନଙ୍କୁ ଟିଟିଲାଗଡ ଭଳିଆ ସୁଦୂର ଷ୍ଟେସନ ରେ ଓଲ୍ହାଇ ବସ ଯୋଗେ ପୁଣି ଏତିକି ଲମ୍ବା ଯାତ୍ରା କିପରି ଓ କାହିଁକି କରା ଯାଉଛି?
ଦ୍ଵିତୀୟ ରେ ସେମାନଙ୍କ ଅଭିଯୋଗ ଥିଲା ଯେ ଟିଟିଲାଗଡ ଷ୍ଟେସନ ଶହର ଭିତରେ ଥିବା ଯୋଗୁଁ ଲୋକଙ୍କ ସୁରକ୍ଷା ପାଇଁ ଏହି ଟ୍ରେନ ଗୁଡିକୁ ଗାଁ ବାହାରେ ଥିବା ଷ୍ଟେସନ ଯଥା ସଇଁତଳା, ବଡ଼ମାଲ ଇତ୍ୟାଦି ଷ୍ଟେସନ ରେ ତାଙ୍କୁ ଓଲ୍ହାଇବା ବ୍ୟବସ୍ଥା କରିବା ଥିଲା।