ଏଥର ନୂତନ ବର୍ଷରେ ଭକ୍ତଙ୍କୁ ଦର୍ଶନ ଦେବେ ବାବା ଧବଳେଶ୍ୱର

0

ଆସନ୍ତା ଇଂରାଜୀ ନୂତନ ବର୍ଷରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ପାରିବେ ଭକ୍ତ ଓ ଶ୍ରଦ୍ଧାଳୁମାନେ। ମଞ୍ଚେଶ୍ୱର ଘାଟ ପଟୁ ର୍ନିମାଣ ହେବ ଅସ୍ତାଇ ରାସ୍ତା। ଆସନ୍ତା ୯ ତାରିଖରୁ ହେବ ଟେଣ୍ଡର। ୧୫ତାରିଖରୁ ଆସ୍ତାଇ ରାସ୍ତା କାର୍ଯ୍ଯ ଆରମ୍ଭ ଓ ଡ଼ିସେମ୍ବର ୩୦ ତାରିଖରେ ଶେଷ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି।

ଆସନ୍ତା ଜାନୁଆରୀ ପହିଲାରୁ ଅସ୍ତାଇ ରାସ୍ତା ଯୋଗେ ପୀଠ ମଧ୍ୟକୁ ଯାଇ ପାରିବେ ଭକ୍ତ ଓ ଶ୍ରଦ୍ଧାଳୁମାନେ। ଗୁଜରାଟର ମୋର୍ବି ଝୁଲା ପୋଲ ଦୃଘଟଣା ପରେ ଧବଳେଶ୍ୱର ଝୁଲାପୋଲ କୁ ଅସୁରକ୍ଷିତ ଦର୍ଶାଇ ଦୀର୍ଘ ଏକ ମାସରୁ ଅଧିକ ଧରି ବନ୍ଦ ରହିଛି ସାଧାରଣ ଦର୍ଶନ।

 

Leave a comment