ସେପ୍ଟେମ୍ବର ୧ରୁ SBI-HDFC-ICICI ବ୍ୟାଙ୍କରେ ଲାଗୁ ହେବ ଏହି ନିୟମ, ଏଭଳି ଲାଭ ଉଠାଇପାରିବେ ଏହି ବ୍ୟାଙ୍କର ଗ୍ରାହକମାନେ
ଅଗଷ୍ଟ ୩୧ ସୁଦ୍ଧା ୱେବସାଇଟ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ପୋର୍ଟାଲରେ ଲୋଗୋ ଏବଂ କ୍ୟୁଆର କୋଡ୍ ପ୍ରଦର୍ଶନ କରିବାକୁ ବ୍ୟାଙ୍କଗୁଡିକୁ ଡିଆଇସିଜିସି ନିର୍ଦ୍ଦେଶ । କୋଟି କୋଟି ଆକାଉଣ୍ଟଧାରୀଙ୍କୁ ଧ୍ୟାନରେ ରଖି ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ସ ପକ୍ଷରୁ ସମସ୍ତ ବ୍ୟାଙ୍କକୁ ବଡ଼ ନିର୍ଦ୍ଦେଶ ଦିଆଯାଇଛି । ଏସବିଆଇ-ଏଚଡିଏଫସି-ଆଇସିଆଇସିଆଇର ଗ୍ରାହକମାନେ ଏହାର ସର୍ବାଧିକ ଲାଭ ପାଇବେ ।
ଏଚଡିଏଫସି ହେଉଛି ଦେଶର ସବୁଠାରୁ ବଡ ବ୍ୟାଙ୍କ । ଏସବିଆଇ ବିଷୟରେ କହିବାକୁ ଗଲେ ଏହା ଦେଶର ସର୍ବବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ । ଜମା ବୀମା ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା ଡିଆଇସିଜିସି ଦ୍ୱାରା କରାଯାଇଛି । ବ୍ୟାଙ୍କରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରାଶିର ବୀମାର ସୁବିଧା ଦେଇଥାଏ ଡିଆଇସିଜିସି । ବାଣିଜ୍ୟିକ ବ୍ୟାଙ୍କ, ସ୍ଥାନୀୟ କ୍ଷେତ୍ର ବ୍ୟାଙ୍କ (ଏଲଏବି), ପେମେଣ୍ଟ ବ୍ୟାଙ୍କ (ପିବି), କ୍ଷୁଦ୍ର ଅର୍ଥ ବ୍ୟାଙ୍କ (ଏସଏଫବି), ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି) ଏବଂ ସମବାୟ ବ୍ୟାଙ୍କଗୁଡିକର ଜମା ଡିଆଇସିଜିସିର ବୀମା ଯୋଜନା ଅନ୍ତର୍ଗତ ରହିଛି ।
କେନ୍ଦ୍ର ସରକାରଙ୍କ ସହିତ ପରାମର୍ଶ କରି ଫୋକସ ଏବଂ ନିରନ୍ତର ଜମା ବୀମା ବିଷୟରେ ସଚେତନତା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିରେ ଡିଆଇସିଜିସିରେ ପଞ୍ଜୀକୃତ ସମସ୍ତ ବ୍ୟାଙ୍କଗୁଡିକ ସେମାନଙ୍କର ୱେବସାଇଟ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ପୋର୍ଟାଲରେ ଡିଆଇସିଜିସିର ଲୋଗୋ ଏବଂ ଡିଆଇସିଜିସି ୱେବସାଇଟ୍ ସହିତ ସଂଯୁକ୍ତ କ୍ୟୁଆର କୋଡ୍ ପ୍ରଦର୍ଶିତ କରିବେ ।