ଏହି କାରଣରୁ ବିବାହିତ ପୁରୁଷମାନେ ଅନ୍ୟ ସ୍ତ୍ରୀ ପ୍ରତି ହୋଇଥାଆନ୍ତି ଆକର୍ଷିତ

ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ଜୀବନର ପ୍ରତ୍ୟେକ କ୍ଷେତ୍ରରେ ମଣିଷ କୁ କିଛି ନା କିଛି ଶିକ୍ଷା ଦେଇ ବଞ୍ଚିବାର ପ୍ରେରଣା ଦେଇଥାଏ l ଯାହାକି ଜୀବନ କୁ ଭୁଲ କାର୍ଯ୍ୟ କରିବା ଠାରୁ ଦୂରେଇ ରଖିଥାଏ l
ଚାଣକ୍ୟ ନିଜ ନୀତି ରେ ଧର୍ମ, ଅର୍ଥ , କାମ , ମୋକ୍ଷ , ପରିବାର, ସମ୍ପର୍କ , ମର୍ଯ୍ୟାଦା , ସମାଜ , ସମ୍ବନ୍ଧ କୁ ନେଇ ଅନେକ ତଥ୍ୟ ପ୍ରଦାନ କରିଛନ୍ତି l ଏମିତିରେ ଦେଖିବାକୁ ଗଲେ ପୁରୁଷ ଓ ସ୍ତ୍ରୀ ଉଭୟ ଉଭୟଙ୍କ ପ୍ରତି ଆକର୍ଷିତ ହୋଇ ଥାଆନ୍ତି ଏହା ସାମାନ୍ୟ ହୋଇଥାଏ l କିନ୍ତୁ ଏହି ଆକର୍ଷଣ ମଣିଷ ଜୀବନ ରେ ସେତେବେଳେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ ଯେତେବେଳେ ଏକ୍ସଟ୍ରା ମାରିଟାଲ ଅଫେୟାର ଆରମ୍ଭ ହୁଏ l ଆଜିର ଚାଣକ୍ୟ ନୀତି ରେ ଜାଣିବା କେଇଁସବୁ କାରଣରୁ ଏକ୍ସଟ୍ରା ମାରିଟାଲ ଅଫେୟାର ସୃଷ୍ଟି ହୋଇଥାଏ l
-ଖୁବ କମ ବୟସ ରେ ପୁଅ ଝିଅ ଙ୍କ ମଧ୍ୟରେ ବିବାହ ହେବା ଦ୍ୱାରା ବୈବାହିକ ଜୀବନ ପ୍ରଭାବିତ ହୋଇଥାଏ l କାହିଁକି ନା ଯେଉଁ ବୟସ ରେ ନିଜ କ୍ୟାରିଅର ଉପରେ ଧ୍ୟାନ ଦେବା କଥା ମଣିଷ ସାଂସାରିକ ହୋଇଯାଏ l ବୟସ ଧୀରେ ଧୀରେ ବୃଦ୍ଧି ହେବା ପରେ ନିଜ କ୍ୟାରିଆର ଆଡକୁ ଦୃଷ୍ଟି ଦେଇଥାଏ ଓ ନିଜ ରୁଚିରେ ମଧ୍ୟ ପରିବର୍ତନ ଆଣିଥାଏ ଓ ମଣିଷ ନିଜ ଇଚ୍ଛା ଉପରେ ଧ୍ୟାନ ଦେଇଥାଏ l ସେହି ସମୟ ରେ ଏକ୍ସଟ୍ରା ମାରିଟାଲ ଆଫେୟାର ଆରମ୍ଭ ହୋଇଥାଏ l
– ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ରେ ଶାରୀରିକ ସନ୍ତୁଷ୍ଟି ର ମଧ୍ୟ ଗଭୀର ସବନ୍ଧ ରହିଛି l ଏହାର କମି କାରଣରୁ ଉଭୟଙ୍କ ମଧ୍ୟରେ ଆକର୍ଷଣ କମିବାରେ ଲାଗିଥାଏ l ଏପରି ସ୍ଥତି ରେ ମଧ୍ୟ ଏକ୍ସଟ୍ରା ମାରିଟାଲ ଆଫେୟାର ଆରମ୍ଭ ହୋଇଥାଏ l
– ବୈବାହିକ ଜୀବନ ରେ ଭରସା ରହିବା ନିହାତି ଜରୁରୀ l କିଛି କ୍ଷେତ୍ରରେ ଭରସା ନରହିବା ଦ୍ୱାରା ଏକ୍ସଟ୍ରା ମାରିଟାଲ ଅଫେୟାର ସୃଷ୍ଟି ହୋଇଥାଏ l ତେଣୁ ସ୍ୱାମୀ ସ୍ତ୍ରୀ ଉଭୟ ଉଭୟଙ୍କ ପ୍ରତି ଭରସା ଯୋଗ୍ୟ ହେବା ଉଚିତ l
-ବାବାହିକ ଜୀବନ ରେ ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ବୈବାହିକ ଜୀବନ ରେ ଉଭୟ ଉଭୟଙ୍କ ପ୍ରତି ମନ ଭରି ଯାଇଥାଏ l ଏହି ସମୟରେ ଉଭୟ ପୁରୁଷ ଓ ସ୍ତ୍ରୀ ଅନ୍ୟ ସାଥି ଖୋଜି ଥାଆନ୍ତି l ତେଣୁ ଉଭୟ ଉଭୟ ଙ୍କ ପ୍ରତି ଯତ୍ନଶୀଳ ହୋଇ ମନ ବୁଝିବା ଆବଶ୍ୟକ l