ଶୋଇଥିବାବେଳେ ପଡିଗଲା କାନ୍ଥ; ଚାଲିଗଲା ୨ ଶିଶୁଙ୍କ ଜୀବନ

0

ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇ ଥିବାବେଳେ କାନ୍ଥ ଭୁଶୁଡ଼ି ଯାଇ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଇଡାହି ଗାଁରେ । ମୃତକ ଦୁଇ ଜଣ ହେଲେ ୧୦ ବର୍ଷର ଝିଅ ଯଶୋଦା ସିଂହ ଓ ୬ ବର୍ଷର ପୁଅ ଜ୍ୟୋତି ଶଙ୍କର ସିଂହ ।

ତେବେ ମାଆ ତୁଳସୀ ଓ ତାଙ୍କ ସାନ ପୁଅ ସୌଭାଗ୍ୟବଶତଃ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତିଛନ୍ତି । ବର୍ଷା ଯୋଗୁ ମାଟି କାନ୍ଥ ଓଦା ହୋଇଥିବାରୁ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି । ମାଆ ତୁଳସୀ କହିଛନ୍ତି ଯେ, ରାତିରେ ଶୋଇଲା ବେଳେ ହଠାତ୍‌ ମାଟି କାନ୍ଥ ଭୁଶୁଡି ପଡ଼ିଥିଲା । ସେ ନିଜର ଗୋଟିଏ ସନ୍ତାନକୁ ନେଇ ଘରୁ ବାହାରି ପଡ଼ିଥିଲା ବେଳେ ଅନ୍ୟ ଦୁଇଟି ଛୁଆଙ୍କୁ ବଞ୍ଚାଇ ପାରିନଥିଲେ । ଗ୍ରାମବାସୀ ମଧ୍ୟ ଆସି ତାଙ୍କୁ ସାହାଯ୍ୟ କରିଥିବାର ସେ କହିଛନ୍ତି ।

 

 

Leave a comment