ମେ’ ୨୫ରେ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ଭୋଟ, ପ୍ରକାଶ ପାଇଲା ବିଜ୍ଞପ୍ତି

0

ଆସନ୍ତା ମେ’ ୨୫ରେ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ଭୋଟ । ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଏବଂ ଏହି ଲୋକସଭା କ୍ଷେତ୍ର ଅଧିନ ୪୨ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏହି ସବୁ ଆସନ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ମେ’୭ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମେ’୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏହି ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ୍ ୯୪ଲକ୍ଷ ୪୧ହଜାର ୭୯୭ଜଣ ଭୋଟର ଥିବାବେଳେ ଏଥିରେ ୪୮,୨୬,୩୭୫ଜଣ ପୁରୁଷ ଏବଂ ୪୬,୧୪,୧୩୪ଜଣ ମହିଳା, ୧୨୮୮ଜଣ କିନ୍ନର ଭୋଟର ଅଛନ୍ତି।

ଏହାସହ ଆଜି ପ୍ରକାଶ ପାଇଛି ଏହି ୬ଟି ଲୋକସଭା କ୍ଷେତ୍ରରେ ନିର୍ବାଚନ ସମୟ। କେନ୍ଦୁଝର,ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ହେବ। ସେହିପରି ସମ୍ବଲପୁର ଲୋକସଭା କ୍ଷେତ୍ରର କୁଚିଣ୍ଡା, ରେଢାଖୋଲରେ ସକାଳ ୭ଟାରୁ ୪ଟା ଯାଏ ଭୋଟିଂ ହେବ। ଦେଓଗଡ଼ରେ ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏଁ ଭୋଟ୍ ହେବ। ରେଙ୍ଗାଲି, ସମ୍ବଲପୁର, ଛେଣ୍ଡିପଦା, ଆଠମଲ୍ଲିକରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ଚାଲିବ।

Leave a comment