ରାଜ୍ୟରେ ଆଉ ୯ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର ; ୨୭ ହଜାରରୁ ଅଧିକ ଲୋକଙ୍କ ରୋଜଗାରର ପନ୍ଥା ପାଲଟିବ

ରାଜ୍ୟରେ ଶିଳ୍ପର ବୃଦ୍ଧିକୁ ନେଇ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଆଉ ୯ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ହାଇ ଲେବଲ୍ କ୍ଲିୟରାନ୍ସ ଅଥରିଟିରେ ଏହି ସବୁ ପ୍ରକଳ୍ପକୁ ମଞ୍ଜୁରୀ ମିଲିଛି । ଏହି ୯ ପ୍ରକଳ୍ପ ଦ୍ୱାରା ୨୭ ହଜାରରୁ ଅଧିକ ଚାକିରି ସୃଷ୍ଟି ହେବ । ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଣ୍ଟରେ ହେବ ବଡ଼ ନିବେଶ ।
ରାଜ୍ୟର ତିନିଟି ଜିଲ୍ଲାରେ ହେବ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଣ୍ଟ । ଜଗତସିଂହପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବ । ACME କ୍ଲିନ୍ ଏନର୍ଜି ପ୍ରତିଷ୍ଠା କରିବ ପ୍ଲାଣ୍ଟ, ଏଥିପାଇଁ ୫୮,୨୦୯ କୋଟି ନିବେଶ ହେବ । ସେହିପରି ଗଞ୍ଜାମରେ ଆଭାଡା ଗ୍ରୀନକୁ ମିଳିଲା ମଞ୍ଜୁରୀ । ପ୍ଲାଣ୍ଟ ପାଇଁ ଆଭାଡା ନିବେଶ କରିବ ୨୩,୫୦୦ କୋଟି ଟଙ୍କା ।
ପାରାଦୀପରେ ରିନ୍ୟୁ ପ୍ଲାଣ୍ଟକୁ ମଧ୍ୟ ହାଇ ଲେବଲ୍ କ୍ଲିୟରାନ୍ସ ଅଥରିଟିରେ ମଞ୍ଜୁରୀ ମିଳିଛି । ଏଥିପାଇଁ ରିନ୍ୟୁ ନିବେଶ କରିବ ୨୦ ହଜାର କୋଟି । ଗୋପାଳପୁରରେ ଓସିଅର ଏନର୍ଜିକୁ ଅନୁମୋଦନ ମିଳିଛି । ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ପାଇଁ ନିବେଶ ୭,୨୦୦ କୋଟି ନିବେଶ ହେବ । ବାଲେଶ୍ବର ରେମୁଣାରେ ବ୍ୟାଙ୍କ ନୋଟ୍ ପେପର ମିଲ ପାଇଁ ଅନୁମତି ମିଳିଛି । ନୋଟ୍ ପ୍ଲାଣ୍ଟ ପାଇଁ ନିବେଶ ହେବ ୨,୫୦୦ କୋଟି ଟଙ୍କା । ପାରାଦୀପରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠାକୁ ମଞ୍ଜୁରୀ ଦେଇଛି ଏଚଏଲସିଏ । ୭ MTPA ଷ୍ଟିଲ ପ୍ଲାଣ୍ଟ କରିବ ଆର୍ସେଲର ମିତ୍ତଲ, ଏଥିପାଇଁ ନିବେଶ ହେବ ୩୮ ହଜାର କୋଟି ଟଙ୍କା । ଏହି ପ୍ଲାଷ୍ଟ ହେବା ଦ୍ୱାରା ୧୧,୪୯୫ ଜଣଙ୍କୁ ନିଯୁକ୍ତି ମିଳିବ ।