ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବାହାରିଲେ ୬ ଜିଲ୍ଲାର ବରିଷ୍ଠ ନାଗରିକ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ତୀର୍ଥଯାତ୍ରାରେ ଯାଉଛନ୍ତି ୬ ଜିଲ୍ଲାର ବରିଷ୍ଠ ନାଗରିକ । ପୁରୀ, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂପୁର ଓ କେନ୍ଦ୍ରାପଡା ଜିଲ୍ଲାର ୯୬୦ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ବାହାରିଛନ୍ତି ।

ସମସ୍ତେ ଭୁବନେଶ୍ବର ରେଳ ଷ୍ଟେସନରୁ ତିରୁପତି-ଭେଲୋର ଅଭିମୁଖେ ସ୍ବତନ୍ତ୍ର ଟ୍ରେନରେ ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି । ୫ ଦିନିଆ ତୀର୍ଥଯାତ୍ରାରର ସବୁ ଖର୍ଚ୍ଚ ବହନ କରୁଛନ୍ତି ରାଜ୍ୟ ସରକାର ।

୨୦୧୬ ମସିହାରୁ ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଥିବାବେଳେ ଏଯାଏ ପ୍ରାୟ ୨୭ ହଜାର ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଦିବ୍ଯ ଅନୁଭୂତି ଲାଭ କଲେଣି। ଆଜି ୨୮ ତମ ପର୍ଯ୍ୟାୟରେ ସମସ୍ତେ ତୀର୍ଥ ଯାତ୍ରାରେ ଯାଇଛନ୍ତି।ଏଭଳି ସୁଯୋଗ ଦେଇଥିବାରୁ ମୁଖ୍ଯମନ୍ତ୍ରୀଙ୍କୁ ତୀର୍ଥଯାତ୍ରୀମାନେ କୃତଜ୍ଞତା ଜଣାଇଛନ୍ତି।

Leave a comment