ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ

0

ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ । ନୂତନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ଅଧିବେଶନ ଆରମ୍ଭ ଗୃହରେ ଆଗତ ହୋଇଥିଲା ଶୋକ ପ୍ରସ୍ତାବ । ଦିବଗଂତ ନେତାଙ୍କୁ ଦିଆଯାଇଥିଲା ଶ୍ରଦ୍ଧାଞ୍ଜଳୀ ।

ତେବେ ଏଥିରେ ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ କଟକଣା ଭିତରେ ୨ଟି ପର୍ଯ୍ୟାୟରେ ୨୪ ଦିନ ଚାଲିବ ବିଧାନସଭା । ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୩ ତାରିଖରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁଲାଇ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ଆଗତ କରିବେ ଅର୍ଥମନ୍ତ୍ରୀ । ଦିନକୁ ୬ ଘଣ୍ଟା ଧରି ଚାଲିବ ଗୃହକାର୍ଯ୍ୟ ।

Leave a comment