ନୟାଗଡରେ ମୃଦୁ ଭୂମିକମ୍ପ ଦୁଇଥର ଅନୁଭୂତ

0

ନୟାଗଡ : ନୟାଗଡ ଜିଲ୍ଲା ଦଶପଲ୍ଲାରେ ଭୂମିକମ୍ପ ଅନୁଭଊତ ହୋଇଛି । ସହର ଓ ଆଖପାଖ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

୫ ସେକେଣ୍ଡ ଲେଖାଏଁ ଦୁଇ ଥର ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହି ଭୂମିକମ୍ପ ହେବା ନେଇ ଲୋକମାନେ ଭୟଭୀତ ହୋଇପଡିଥିଲେ । ଭୂମିକମ୍ପ ହେବା ପରେ ଲୋକମାନେ ଭୟରେ ଘର ଛାଡି ବାହାରକୁ ପଳାଇଥିଲେ । ସେପଟେ ଭୂମିକମ୍ପର ତୀବ୍ରତା ଏଯାଏ ଜଣାପଡିନାହିଁ । ଏହାସହିତ ଏଥିରେ କାହାର କିଛି କ୍ଷତି ହୋଇନଥିବା ମଧ୍ୟ ସୂଚନା ମିଳିଛି ।

Leave a comment