ଆସନ୍ତା ୨୦ରୁ ସାରା ରାଜ୍ୟରେ ଧର୍ମଘଟର ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ

0

ସରକାରଙ୍କ ସହ ଆଲୋଚନା ସତ୍ୱେ ଦାବି ପୂରଣ ନ ହେବାରୁ ପୁନର୍ବାର ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ଧର୍ମଘଟର ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଏଭଳି ନିଷ୍ପତ୍ତି ନେଇଛି। ତେବେ ପୂଜା ଛୁଟିରେ ଧର୍ମଘଟ ପାଇଁ ପରିସ୍ଥିତି ବାଧ୍ୟ କରିଛି। ଯାହା ଆମ ପାଖରେ ଆଉ କିଛି ବିକଳ୍ପ ନାହିଁ। ତେଣୁ ଲୋକଙ୍କୁ ଆଗୁଆ କ୍ଷମା ମାଗୁଛୁ ବୋଲି କହିଛନ୍ତି ସଂଘ ସଂପାଦକ।

ପ୍ରକାଶ ଯେ, ଏହା ପୂର୍ବରୁ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅକ୍ଟୋବର ୧୦ରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରିବାକୁ ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଥିଲେ। ପରେ ସରକାରଙ୍କ ସହ ଆଲୋଚନା ପରେ ସକାରାତ୍ମକ ହୋଇଥିଲା । ଯାହା ଫଳରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ।

ତେବେ ଏମିତି କ’ଣ ଘଟିଲା ଯେ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା ସକରାତ୍ମକ ହେଲାନି, ଯାହା ଫଳରେ ଘରୋଇ ବସ୍ ମାଲିକ ପୁଣି ଥରେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ଧର୍ମଘଟ କରିବାକୁ ଆଜି ପୁଣି ଥରେ ଘୋଷଣା କରାଯାଇଛି।

Leave a comment