ଆରମ୍ଭ ହେଲା ପୋଷ୍ଟାଲ ବାଲାଟ ପ୍ରକ୍ରିୟା
ଘର ଘର ବୁଲି ପୋଲିଂ ଅଫିସର କରୁଛନ୍ତି ପୋଷ୍ଟାଲ ଭୋଟ ସଂଗ୍ରହ
ଦେଶରେ ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପୋଷ୍ଟାଲ ବାଲାଟ ପ୍ରକ୍ରିୟା। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ କେତେକ ମନୋନୀତ ପୋଲିଂ ଅଫିସର ପୋଷ୍ଟାଲ ଭୋଟ ସଂଗ୍ରହ କରୁଛନ୍ତି।
ବିଶେଷ କରି ୮୫ ବର୍ଷରୁ ଅଧିକ, ଦିବ୍ୟାଙ୍ଗ ଓ ଭୋଟରଙ୍କ ପାଇଁ ଏହି ସେବା ଉପଲବ୍ଧ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ନିର୍ବାଚନ କର୍ମୀମାନେ ପୋଷ୍ଟାଲ ମାଧ୍ୟମରେ ଭୋଟ୍ ପାଇବାକୁ ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରୁଛନ୍ତି । ସେମାନଙ୍କ ଘରେ ପହଞ୍ଚି ସେମାନଙ୍କ ମତ ସଂଗ୍ରହ କରିଛନ୍ତି ।
ଭାରତର ନିର୍ବାଚନ ଆୟୋଗ ଯଥାସମ୍ଭବ ଲୋକେ ମତଦାନରେ ଅଂଶଗ୍ରହଣ କରିବେ ବୋଲି ବ୍ୟବସ୍ଥା କରିଛନ୍ତି । କିନ୍ତୁ ବୟସ୍କ ନାଗରିକ ଏବଂ ଅନେକ ଦିବ୍ୟାଙ୍ଗ ଭୋଟର ବୁଥକୁ ଯାଇ ଭୋଟ୍ ଦେବାର ସ୍ଥିତିରେ ନାହାଁନ୍ତି । ଏହା ବ୍ୟତୀତ, ଏପରି ଅନେକ ସରକାରୀ ସେବା ଅଛି, ଯାହାର କର୍ମଚାରୀମାନେ ନିଜ ଜନ୍ମ ସ୍ଥାନଠାରୁ ଦୂରରେ ରୁହନ୍ତି ।
ଏମିତିକି ଭୋଟ୍ ପାଇଁ ଘରକୁ ଯାଇପାରନ୍ତି ନାହିଁ । ଯେମିତିକ ସାମରିକ କର୍ମଚାରୀ । ଏହିପରି ଲୋକଙ୍କ ପାଇଁ ଭାରତର ନିର୍ବାଚନ ଆୟୋଗ ପୋଷ୍ଟାଲା ବାଲାଟର ବ୍ୟବସ୍ଥା କରିଛନ୍ତି । ଯେପରି ନିଜ ସହରଠାରୁ ଦୂରରେ ରହୁଥିବା ନାଗରିକ, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଭୋଟର ଯେଉଁମାନେ ବୁଥକୁ ଯାଇପାରିବେ ନାହିଁ ସେମାନେ ସବୁ ଏହି ବ୍ୟବସ୍ଥା ଜରିଆରେ ଭୋଟ ଦେଉଛନ୍ତି ।
ଆସନ୍ତା ଏପ୍ରିଲ ୧୧ ଯାଏଁ ଚାଲିବ ଏହି ପ୍ରକ୍ରିୟା । ଖାସ୍ କରି ଯେଉଁମାନେ ଭୋଟ ଦେବାରୁ ବଞ୍ଚିତ ରହିଯାଇଥିବେ ସେମାନେ ଯଥାସମ୍ଭବ ଏହି ବ୍ୟବସ୍ଥା ଜରିଆରେ ଭୋଟ ଦେବେ ।