ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ

0

ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ଭିତର ବେଢାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋ ଶ୍ରୀମନ୍ଦିର ଭିତର ବେଢାରେ ଥିବା ମନ୍ଦିର କାର୍ଯ୍ୟାଳୟ ସମ୍ମୁଖୀର । ଯେଉଁଠାରେ ଦୁଇଜଣ ବ୍ୟକ୍ତି ନିଜର ଫଟୋ ଉଠାଇଛନ୍ତି।

ସୂଚନା ଅନୁୟାୟୀ, ଅନିଲ କୁମାର ସ୍ବାଇଁ ନାମକ ଜଣେ ଫେସବୁକ୍ ୟୁଜର୍ ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ ଫୋଷ୍ଟ କରିବା ସହ ଲେଖିଛନ୍ତି, ‘ଆଜି ଆମେ ଶ୍ରୀମନ୍ଦିର ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ଵି ଫୋନ ନେଇ ମନ୍ଦିର ଭିତରେ ଫଟୋ ଉଠାଇଛୁ।” ତେବେ ଏଥିରୁ ଜଣାପଡୁଛି ଯେ ପ୍ରଶାସନ କିଭଳି ସୁରକ୍ଷା ଦେଉଛି।

 

 

Leave a comment