ବହୁଚର୍ଚ୍ଚିତ କେ.ଦୀପିକା-ଦିନେଶ ମାମଲା ନୂଆ ମୋଡ଼, DNA ରିପୋର୍ଟ ଧରି ଦିନେଶ ଦୁଆରେ ଧାରଣା

0

ବହୁଚର୍ଚ୍ଚିତ କେ. ଦୀପିକା-ଦିନେଶ ମାମଲା ନୂଆ ମୋଡ଼। ଆସିଲା ଦୀପିକା ଓ ଦିନେଶଙ୍କ ଡିଏନ୍‌ଏ ରିପୋର୍ଟ। ରିପୋର୍ଟରେ ସ୍ପଷ୍ଟ ହେଲା ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ ହେଉଛନ୍ତି ଦିନେଶ। ଡିଏନ୍‌ଏ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ପରେ ହାତରେ ଡିଏନ୍‌ଏ ରିପୋର୍ଟ ଓ ଫଟୋ ବ୍ୟାନ୍‌ ଧରି ଘର ସାମ୍ନାରେ ଧାରଣାରେ ବସିଛନ୍ତି କେ.ଦୀପିକା।

ଗତକାଲି ଥାନାରୁ ସାର୍ଟି ଫାଏଡ୍ କପି ଆଣିଥିଲେ ଦୀପିକା । ୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ ଲାବ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିଲା।୨୦୨୧ରେ ହୋଇଥିବା ମାମଲା ପ୍ରକାରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ଦିଆଯାଇଥିଲା। ୨୦୨୨ରେ ଏହି ରିପୋର୍ଟକୁ ଏସ୍‌ଡିଜିଏମ୍, ବ୍ରହ୍ମପୁର ଏସପି ଓ ଟାଉନ ଥାନାକୁ ଏହି ରିପୋର୍ଟ ପ୍ରଦାନ କରିଥିଲା sfsl। ତେବେ ଏ ଯାଏଁ ଏହି ରିପୋର୍ଟ କୋର୍ଟରେ ଦିଆଯାଇନଥିବା ଅଭିଯୋଗ କରିଥିଲେ ଦୀପିକା। ତେବେ କୋର୍ଟର ଆବଶ୍ୟକତା ଓ ତାଙ୍କ ଓକିଲର ଆବଶ୍ୟକତା ଅନୁସାରେ ଯୋଗାଇ ଦିଆଯାଇଥିବା କହିଥିଲେ ବ୍ରହ୍ମପୁର ଏସପି ବିବେକ ସରଭନ ଏମ୍।
ଉଲ୍ଲେଖ ଯୋଗ୍ୟ, ଗତବର୍ଷ ଜୁଲାଇରେ ଦିନେଶ ଓ ତାଙ୍କ ବାପା-ମା ମହିଳା ଅଧ୍ୟକ୍ଷାଙ୍କ ସାମ୍ନାରେ ଦୀପିକାଙ୍କୁ ବୋହୂ ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଡିଏନ୍‌ଏ ଟେଷ୍ଟରୁ ଯଦି ଶିଶୁପୁତ୍ରଟି ତାଙ୍କର ବୋଲି ପ୍ରମାଣିତ ହୁଏ ତେବେ ଶିଶୁପୁତ୍ରକୁ ଗ୍ରହଣ କରିବେ ବୋଲି ଦିନେଶଙ୍କ ପରିବାରବର୍ଗ କହିଥିଲେ । ଅନ୍ୟପକ୍ଷେ ଦିନେଶଙ୍କ ପରିବାରର ବୋହୂ ହେବା ଜିଦ୍‌ରେ କେ ଦୀପିକା ଅଟଳ ଥିଲେ । ତେବେ ଡିଏନ୍ଏ ରିପୋର୍ଟ ଆସିବା ପରେ କେ. ଦୀପିକା ଦୀନେଶ ଘର ଦ୍ବାର ମୁହିଁରେ ବ୍ୟାନ ଧରି ଧରଣା ବସିଛନ୍ତି। ଏଥି ସହିତ ଶିଶୁପୁତ୍ରକୁ ସହ ସ୍ତ୍ରୀ ଭାବେ ତାଙ୍କୁ ଗ୍ରହଣ କରିବା ଦାବି କରିଛନ୍ତି।

Leave a comment