ଭଙ୍ଗାଯିବ ରହସ୍ୟମୟ ମୃତ୍ୟୁ ଘଟିଥିବା ଗେଷ୍ଟ ହାଉସ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଙ୍ଗାଯିବ ବହୁ ଚର୍ଚ୍ଚିତ ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟମୟ ମୃତ୍ୟୁ ଘଟିଥିବା ଗେଷ୍ଟ ହାଉସ । ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ସିଲ ହେଲା ଗେଷ୍ଟ ହାଉସ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ଯାଇ ଜାରି ହେଲା ୧୪୪ ଧାରା । ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ସରପଞ୍ଚଙ୍କ ସ୍ୱାମୀ ରୂପେସ ଭଦ୍ରଙ୍କ ଗେଷ୍ଟ ହାଉସ ସରକାରୀ ଜମିରେ ଅବସ୍ଥିତ ଥିବା ପ୍ରମାଣ ମିଳିଥିବାରୁ ଏହା ଉପରେ ଚଢ଼ିବ ବୁଲଡୋଜର ।

ସୂଚନା ଅନୁଯାୟୀ, ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟରୁ ଏହା ସ୍ପଷ୍ଟ ହେଲା କି ଏହି ଗେଷ୍ଟ ହାଉସଟି ସରକାରୀ ଜମିରେ ନିର୍ମାଣ କରାଯାଇଛି । ତେଣୁ ତୁରନ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଦୁଇଦିନ ପୂର୍ବରୁ କଂଗ୍ରେସ ଜିଲା ସଭାପତି ମନୋଜ ରାଉତ ଅଭିଯୋଗ କରିଥିଲେ କିଭଳି ଏହି ଗେଷ୍ଟ ହାଉସ ସରକାରୀ ଜମିରେ ନିର୍ମାଣ କରାଯାଇଛି ଓ ଏହା ପଛରେ କାହା ହାତ ଅଛି । ଗତକାଲି ଏହାକୁ ନେଇ କଂଗ୍ରେସ ପକ୍ଷରୁ ଏସପି ଅଫିସ ମଧ୍ୟ ଘେରାଉ କରାଯାଇଥିଲା । ଏହାପରେ ଜିଲା ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା । ଧର୍ମଶାଳା ତହସିଲ ପ୍ରଶାସନ ଏ ନେଇ ଏକ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିବା ପରେ ଏହକୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଛି ।

Leave a comment