ଜମ୍ମୁ କଶ୍ମୀରରୁ ହଟିଲା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ଉଚ୍ଛେଦ ହେଲା ଧାରା ୩୭୦

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଏସମ୍ପର୍କରେ ରାଜ୍ୟସଭାକୁ ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ରାଜ୍ୟସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ କି, ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରାଯାଇଛି । ଯାହା ଫଳରେ ଜମ୍ମୁ-କଶ୍ମୀରକୁ ଆଉ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ନାହିଁ । ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ କରାଯିବ । ଦିଲ୍ଲୀ ପରି ଜମ୍ମୁ-କଶ୍ମୀରରେ ବିଧାନସଭା ରହିବ ଏବଂ ସେଠାରେ ରାଜ୍ୟପାଳଙ୍କ ବଦଳରେ ଲ୍ୟୁଟନାଣ୍ଟ ଗଭର୍ଣ୍ଣର ରହିବେ । ଲଦାଖକୁ ଜମ୍ମୁ-କଶ୍ମୀର ଠାରୁ ଅଲଗା କରାଯିବା ନେଇ ପ୍ରସ୍ତାବ ଆଗତ କରାଯାଇଛି । ଲଦାଖକୁ ମଧ୍ୟ ଏକ କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ ପ୍ରସ୍ତାବ ଆଗତ ହୋଇଛି । ଲଦାଖରେ ବିଧାନସଭା ରହିବନାହଁ ମାତ୍ର ଏଠାରେ ମଧ୍ୟ ଲ୍ୟୁଟନାଣ୍ଟ ଗଭର୍ଣ୍ଣର ରହିବେ ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ସପକ୍ଷରେ ଯୁକ୍ତି ବାଢି କହିଥିଲେ କି, ଜମ୍ମୁ-କଶ୍ମୀରରେ ବଢୁଥିବା ଆତଙ୍କବାଦକୁ ଦୃଷ୍ଟିରେ ରଖି ଓ ଲୋକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । କାରଣ ଜମ୍ମୁ-କଶ୍ମୀର ସମନ୍ଧିତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଜମ୍ମୁ-କଶ୍ମୀରର ସମ୍ବିଧାନରୁ ଅନୁମତି ନେବାକୁ ପଡୁଥିଲା । ମାତ୍ର ଧାରା ୩୭୦ ଉଚ୍ଛେଦ ପରେ ଏହା କେନ୍ଦ୍ର ଅଧୀନକୁ ଚାଲି ଆସିବ ଫଳରେ ଆତଙ୍କବାଦ ଦମନ ଓ ଜାମ୍ମୁ-କାଶ୍ମୀର ଉର୍ଣ୍ଣତ୍ତିରେ ଏହା ସହାୟକ ହେବ ।

Leave a comment