ପିଲା ନାଚିଲେ , ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

0

ବ୍ରହ୍ମପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ । ଶେରଗଡ଼ ବରମୁଣ୍ଡୁଳି ଅପଗ୍ରେଡ଼୍ ହାଇସ୍କୁଲ ସୁଜାତା ପାଢୀ ନିଲମ୍ବିତ ହୋଇଛନ୍ତି । କ୍ଲାସ୍‌ରେ ପୁଷ୍ପା ଫିଲ୍ମର ଗୀତ ଲଗାଇ ପିଲାମାନେ ନାଚୁଥିବାର ଭିଡ଼ିଓ କିଛି ଦିନ ତଳେ ଭାଇରାଲ ହେବା ପରେ ବର୍ତ୍ତମାନ ଏପରି ପଦକ୍ଷେପ ନିଆଯାଇଛି ।

ନିଲମ୍ବନ ନେଇ ଜିଲ୍ଲା ଶିକ୍ଷାଧିକାରୀ ସୁଚନା ଦେଇଛନ୍ତି । ସୁଚନା ଅନୁସାରେ ଏହି ଭାଇରାଲ ଭିଡ଼ିଓରୁ ସ୍ପଷ୍ଟ ହୋଇଛି ସରକାରୀ ସ୍ମାର୍ଟ ସ୍କୁଲରେ ପାଠପଢ଼ା ଚୁଲିକି ଗଲେଣି । ପିଲା ପାଠ ନ ପଢ଼ି ସ୍ମାର୍ଟ ସ୍କୁଲ ଶ୍ରେଣୀ ଗୃହରେ ଲାଗିଥିବା ଟିଭିରେ ଫିଲ୍ମ ନୃତ୍ୟଗୀତ ଦେଖି ନାଚୁଥିବାର ଭିଡ଼ିଓ ସାମ୍ନାକୁ ଆସିଥିଲା ଯାହାଫଳରେ ସ୍କୁଲ ଅସଲ ଚିତ୍ର ପଦାକୁ ଆସିଥିଲା ।

ସ୍ମାର୍ଟ ମୋବାଇଲ ଧରି ନାଚଗୀତକୁ ରେକଡିଂ କରୁଥିବାର ମଧ୍ୟ ଭିଡ଼ିଓ ହୋଇଥିଲା। ସ୍ମାର୍ଟ ମୋବାଇଲରୁ ୱାଇଫାଇ ହଟସ୍ପର୍ଟ ସଂଯୋଗ କରି ଅଶୀଳ ଗୀତ ଦେଖୁଛନ୍ତି। ଭାଇରାଲ ହୋଇଥିବା ଭିଡ଼ିଓରେ ଛାତ୍ରମାନେ ଶ୍ରେଣୀ ଗୃହରେ ଚଲାଇଥିବା ଏଭଳି ଫିଲ୍ମ ଗୀତିର ନାଚଗୀତ ଏହା ପ୍ରମାଣିତ କରିଛି। ତେବେ ବର୍ତ୍ତମାନ ଦାୟିତ୍ୱରେ ଅବହେଳା ନେଇ ନିଲମ୍ବିତ ହୋଇଛନ୍ତି ଶିକ୍ଷୟିତ୍ରୀ ।

Leave a comment