ବିଶ୍ବକର୍ମା ପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ହେଉଛି ପବିତ୍ର ବିଶ୍ବକର୍ମା ପୂଜା। ଆଜିର ଦିନରେ ପ୍ରଭୁ ବିଶ୍ବକର୍ମାଙ୍କୁ ପୂଜା କରାଯାଉଛି। ବିଶେଷ ଭାବେ ବିଶ୍ବକର୍ମା ନିର୍ମାଣ ଦେବତା ହୋଇଥିବାରୁ ଶିଳ୍ପ ଅନୁଷ୍ଠାନରେ ଏହି ପୂଜା ବେଶ ଧୂମଧାମରେ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏକ ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ସଭିଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ବିଶ୍ଵକର୍ମାଙ୍କ କୃପାରୁ ନୂଆ ସର୍ଜନା ପ୍ରତିଟି ଜୀବନକୁ ଆଲୋକିତ କରୁ। ଦେବଶିଳ୍ପୀଙ୍କ ନିକଟରେ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି।’