କିଶୋର ଜେନାଙ୍କୁ ଦେଢ଼ କୋଟି ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଚୀନର ହଙ୍ଗଝୌରେ ଜାରି ଏସୀୟ କ୍ରୀଡ଼ା ୨୦୨୩ର ଜାଭେଲିନ ଥ୍ରୋରେ ଇତିହାସ ରଚିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କୁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିଶୋର ଜେନାଙ୍କୁ ଦେଢ଼ କୋଟି ପୁରସ୍କାର ଦେବା ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସୂଚନାଥାଉକି, ଫାଇନାଲ୍ରେ କିଶୋର ନୀରଜ ଚୋପ୍ରାଙ୍କୁ କଡ଼ା ଟକ୍କର ଦେଇ ୮୭.୫୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ଜିତିଛନ୍ତି। ନିଜ କ୍ୟାରିୟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି।
Congratulate #Odisha’s star javelin thrower, #KishoreKumarJena on winning silver medal in the #AsianGames with a personal best throw of 87.54m. It is a proud moment for the state. May he shine even brighter and bring laurels to the state and the country. Wish him best for the… pic.twitter.com/m2qHp1U9BV
— Naveen Patnaik (@Naveen_Odisha) October 4, 2023
କିଶୋର ଜେନା ୮୧.୨୬ ମିଟର ଫିଙ୍ଗି ଫାଇନାଲ୍ରେ ନିଜର ଅଭିଯାନ ଆରମ୍ଭ କରିଥିଲେ। ସେ ପ୍ରଥମ ପ୍ରୟାସରେ ନୀରଜଙ୍କୁ କଡ଼ା ଟକ୍କର ଦେଇଥିଲେ। ନୀରଜ ଦ୍ଵିତୀୟ ପ୍ରୟାସରେ ୮୪.୪୯ ମିଟର ଜାଭେଲିନ ଫିଙ୍ଗିଥିବା ବେଳେ କିଶୋର ଫିଙ୍ଗିଥିଲେ ୭୯.୭୬ ମିଟର। ଆଉ ତୃତୀୟ ପ୍ରୟାସରେ କିଶୋର ୮୬.୭୭ ମିଟର ଭାଲା ଫିଙ୍ଗି ନୀରଜଙ୍କୁ ଅତିକ୍ରମ କରିଥିଲେ। ଚତୁର୍ଥ ପ୍ରୟାସରେ ନୀରଜ ୮୮.୮୮ ମିଟର ଫିଙ୍ଗି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। କିଶୋର ମଧ୍ୟ ନିଜର ଚତୁର୍ଥ ଉଦ୍ୟମରେ ଶ୍ରେଷ୍ଠ ପ୍ରଦର୍ଶନ କରି ୮୭.୫୪ ମିଟର ଭାଲା ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି।