ଗଭୀର ଖାତକୁ ଖସିଲା ବସ୍, ୨୬ ମୃତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି । ଯମୁନା ଘାଟିରେ ଗଭୀର ଖାତକୁ ବସ ଖସିପଡିବାରୁ ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ବସଟି ପ୍ରାୟ ୨୦୦ ଫୁଟ୍ ଗଭୀର ଖାତକୁ ଖସିପଡିଛି ।
ସୂଚନା ମିଳିବା ପରେ ଘଟଣା ସ୍ଥଳରେ ଏନଡିଆରଏଫର ଯବାନ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଏସପି ଅପର୍ଣ୍ଣ ରଘୁବଂଶୀ କହିଛନ୍ତି କି ଡାମଟାରୁ ପାଖାପାଖି ୨ କିଲୋମିଟର ଦୂର ନୌଗାଓଁ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ବସରେ ଥିବା ଯାତ୍ରୀମାନେ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲ ପଠା ଯାଉଛି ।