ବିଜେପି ନେତାମାନେ ନିର୍ବାଚନ କମିଶନ ନାମ କହି ଧମକ ଦେଉଥିବା ଅଭିଯୋଗ ଆଣିଲା ବିଜେଡି
ଓଡ଼ିଶା ବିଜେପି ନାଁରେ ଇସିଆଇ ନିକଟରେ ଫେରାଦ ହେଲା ବିଜେଡ଼ି । ସରକାରୀ ଅଧିକାରୀଙ୍କୁ ବିଜେପି ନେତାମାନେ ନିର୍ବାଚନ କମିଶନ ନାଁ କହି ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।
ସେ କହିଛନ୍ତି, ଓଡ଼ିଶା ବିଜେପିର ଅଭ୍ୟାସଗତ ତ୍ରୁଟି ହେଲା, ନିର୍ବାଚନ ହାରିବାକୁ ଜାଣି ସରକାରୀ ଅଧିକାରୀ ମାନଙ୍କୁ ବିରୋଧ କରନ୍ତି । ୨୦୧୯ ଓ ଉପ-ନିର୍ବାଚନରେ ବିଜେପି ଯେତେବେଳେ ଜାଣୁଛି ନିର୍ବାଚନ ହାରିବାକୁ ଯାଉଛନ୍ତି ସେତେବେଳେ ସେମାନେ ସରକାରୀ ଅଧିକାରୀଙ୍କୁ ବିରୋଧ କରନ୍ତି । ୨୦୨୪ ନିର୍ବାଚନରେ କିନ୍ତୁ କେବଳ ବିରୋଧ କରୁନାହାନ୍ତି । ବିଡିଓ, ତହସିଲଦାର, ଡିଏସ୍ପି, ଆଇଆଇସି ମାନଙ୍କୁ ଫୋନ୍ କରି ଧମକ ଦେଉଛନ୍ତି ବିଜେପି ନେତା । କହୁଛନ୍ତି ଆମକୁ ସମର୍ଥନ କର ନଚେତ୍ ହଇରାଣ ହେବ । ନିର୍ବା କମିଶନଙ୍କ ନାଁକୁ ଦୁରୁପଯୋଗ କରି ବିଜେପି ନେତୃବୃନ୍ଦ ସରକାରୀ ଅଧିକାରୀଙ୍କୁ ଧମକ ଦେଉଛନ୍ତି । କହୁଛନ୍ତି ଆମ ଲାଇନରେ କାମ କର ନହେଲେ ବଦଳି ହେବ । ଯେତେବେଳେ ହତାଶ ନିରାଶ ହୁଅନ୍ତି ସେତେବେଳେ ଓଡ଼ିଶା ବିଜେପି ଏଭଳି ପନ୍ଥା ଆପାଣାଇଥାଏ ବୋଲି ସସ୍ମିତ ପାତ୍ର କହିଛନ୍ତି ।