ଅଙ୍ଗନବାଡ଼ି କେନ୍ଦ୍ର ୨୮ରୁ ଖୋଲିବ

0

ଭୁବନେଶ୍ବର: ମାର୍ଚ୍ଚ ୨୮ ତାରିଖ ଠାରୁ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ। ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି । ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଯାଏଁ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଏସଓପିରେ କୁହାଯାଇଛି। ଏନେଇ ଆଇସିଡିଏସ୍ ନିର୍ଦ୍ଦେଶକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।
ସବୁଠାରୁ ବଡ଼କଥା ହେଲା, ଯଦି ଅଙ୍ଗନବାଡ଼ି ଖୋଲିବାରେ କିଛି ସମସ୍ୟା ରହିଥାଏ ସେନେଇ ନିଷ୍ପିତ୍ତି ନେବେ ସ୍ଥାନୀୟ ଜିଲ୍ଲା ପ୍ରଶାସନ । ସମସ୍ତ ଅଙ୍ଗନବାଡ଼ି କର୍ମୀ କରୋନା ଟିକାର ଦୁଇଟି ଡୋଜ୍ ନେବା ବାଧ୍ୟତାମୂଳକ । ଯଦି କେହି ଉଦ୍ଦେଶ୍ୟମୂଳକ ଭାବେ ଟିକା ନେଇନଥିବେ ତେବେ ତାଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏସଓପିରେ ନିର୍ଦ୍ଦେଶ ଦେଇଛନ୍ତି।

Leave a comment