କାଳିମାଡ଼ ସତ୍ତ୍ବେ ଉଦାରତା ଦେଖାଇଲେ ୫ଟି ସଚିବ,ଗିରଫ ଭାସ୍କର ସାହୁକୁ ଛାଡ଼ିବାକୁ ଦେଲେ ନିର୍ଦ୍ଦେଶ

0

କାଳିମାଡ଼ ସତ୍ତ୍ବେ ଉଦାରତା ଦେଖାଇଲେ ୫ଟି ସଚିବ ଭିକେ ପାଣ୍ଡିଆନ । ଗିରଫ ଭାସ୍କର ସାହୁକୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ୫ଟି ସଚିବ । ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଭାସ୍କର ସାହୁକୁ ଖଲାସ କରିଛି । ଅଭିଯୁକ୍ତ ଭାସ୍କରକୁ ଛାଡ଼ିବା ପରେ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଲେ ପରିବାର ଲୋକ ।

ଗତକାଲି ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରେ ଭାସ୍କର ସାହୁ କାଳିମାଡ଼ କରିଥିଲା । ରାଜନୈତିକ ଦଳ ଦ୍ବାରା ପରିଚାଳିତ ହୋଇ ଭାସ୍କର ଏଭଳି କରିଥିବା ଜଣାପଡ଼ିଛି । ରାଜ୍ୟରେ ବିକାଶମୂଳକ କାମକୁ ବିରୋଧୀ ସହ୍ୟ କରିପାରୁନାହାନ୍ତି । ଅସହିଷ୍ଣୁ ହୋଇ ଏଭଳି ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ସ୍ଥାନୀୟ ଲୋକ କହିଛନ୍ତି । କାଳିମାଡ଼ ସତ୍ତ୍ବେ ଭିକେ ପାଣ୍ଡିଆନ ହସହସ ମୁହଁରେ ଲୋକଙ୍କ ସହ ମିଶିବା ସହ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହା ବିରୋଧୀଙ୍କ ମୁହଁରେ ଶକ୍ତ ଚାପୁଡ଼ା ବୋଲି ମଧ୍ୟ କୁହାଯାଉଛି ।

ଯିଏ ବିକାଶ କାମରେ ବାହାରିଛି ତା ପାଇଁ ଏସବୁର କିଛି ଅର୍ଥ ନଥାଏ । ଲୋକଙ୍କ କାମ କରିବ ଲୋକାଭିମୂଖୀ ସରକାର ଆଉ ଜନତାଙ୍କ ପାଖରେ ପହଞ୍ଚିବ ଉତ୍ତରଦାୟୀ ପ୍ରଶାସନ । କାହିଁକି ନା ଓଡ଼ିଶାବାସୀଙ୍କ ସେବା କରିବାର ସଂକଳ୍ପ ନେଇଛି ମୋ ସରକାର । ଯେତେବେଳେ ଭଲ କାମ ହୁଏ, ଲୋକଙ୍କ ବିକାଶ ହୁଏ ସେତେବେଳେ ଅନେକ ବିକାଶ ବିରୋଧୀଙ୍କ ଅସହିଷ୍ଣୁତା ଶୀର୍ଷରେ ପହଞ୍ଚିଥାଏ । ଯାହାକି ପୁରୀ ଜିଲ୍ଲା ସତ୍ୟବାଦୀରେ ପରିଲକ୍ଷିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକଙ୍କଠାରୁ ଅଭିଯୋଗ ଶୁଣିବାକୁ ସତ୍ୟବାଦୀରେ ପହଞ୍ଚିଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ । ଏହି ସମୟରେ ଯୋଜନା ମୁତାବକ ୫ଟି ସଚିବଙ୍କ ଉପରକୁ କାଳିମାଡ଼ କରିଥିଲେ ବିକାଶ ବିରୋଧୀ । ଲୋକଙ୍କ ଭିତରେ ଲୁଚି ରହି ଖାଲି ୫ଟି ସଚିବ ନୁହଁନ୍ତି ପୁରୀ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ବି କାଳିମାଡ଼ କରିଥିଲେ ।

Leave a comment