ଠକ ଡାକ୍ତର : ଗୌହାଟୀର ସରକାରୀ ଡାକ୍ତରାଣୀଙ୍କୁ ରମେଶ ସ୍ୱାଇଁ ଲଗାଇଛି ୨୧ ଲକ୍ଷ ଟଙ୍କାର ଚୂନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନକଲି ଡାକ୍ତରଙ୍କ ୧୯ ନମ୍ବର ପତ୍ନୀଙ୍କ ଅଭିଯୋଗ ଯେ, ଗୌହାଟୀର ଜଣେ ସରକାରୀ ଡାକ୍ତରାଣୀଙ୍କୁ ଧୂର୍ତ୍ତ ରମେଶ ସ୍ୱାଇଁ ୨୧ ଲକ୍ଷ ଟଙ୍କାର ଚୁନ ଲଗାଇଛନ୍ତି । ୨୦୨୧ ମେରେ କରୋନା କଟକଣା ଭିତରେ ପରିବାର ଭିତରେ ଗୌହାଟୀରେ ମହିଳା ଡାକ୍ତରଙ୍କୁ ବିବାହ କରିଥିଲା ଲଭ୍‌ ମାଷ୍ଟର ରମେଶ । ଏହି ବାହାଘରରେ ରମେଶ, ନିଜ ଭିଣୋଇ ଗଣେଶ ଓ ରମେଶ ଡ୍ରାଇଭର ପପୁ ଉପସ୍ଥିତ ଥିଲେ ।

ବାହାଘର ପରେ ଫାଇଭ ଷ୍ଟାର ହୋଟେଲରେ ରହିଥିଲା ରମେଶ ଓ ତାର ସହଯୋଗୀମାନେ । ବିବାହ ପରେ ଫ୍ଲାଇଟ ରେ ଭୁବନେଶ୍ୱର ଦ ଡିଏନ ଅକ୍ସି ଆପାର୍ଟ ମେଣ୍ଟରେ ରହିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ସାବତ ମାଆ ଭଉଣୀ ପୁରୋହିତ ସେଠାରେ ଉପସ୍ଥିତ ରହି ବୈଦିକ ରୀତିନୀତି ଅନୁସାରେ ଗୃହ ପ୍ରବେଶ କରିଥିଲେ । ଭଉଣୀ ଜଣଙ୍କ ନଣନ୍ଦ ପୁଟୁଳି ବାବଦକୁ ସୁନା, ମୋବାଇଲ ଫୋନ, ଦାମୀ ଶାଢୀ ମଧ୍ୟ ନେଇଥିଲେ । ଏନେଇ ମହିଳା ଡାକ୍ତର ଜଣଙ୍କ ଲିଖିତ ଅଭିଯୋଗ କରିବା ପରେ ୧୬୧ ଧାରାରେ ରେ ବୟାନ ରେକର୍ଡ କରିଛି ପୋଲିସ । ସିଆରପିସିର ୧୬୪ ଧାରାରେ ଅଭିଯୋଗକାରଣୀ ମହିଳା, ଭାଇ ଓ ତାଙ୍କ ବାପାଙ୍କ ବୟାନ ରେକର୍ଡ କରାଯିବ ।

Leave a comment