ଇଂଲଣ୍ଡ ଧରାଶାୟୀ, ପ୍ରଥମ ଇନିଂସରେ ୧୩୪ ରନ୍‌ରେ ଅଲଆଉଟ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇଂନିସରେ ଭାରତର ୩୨୯ ରନ୍‌ କରିଥିଲା। ଜବାବରେ ମାତ୍ର ୧୩୪ ରନ୍‌ରେ ଧରାଶୟୀ ହୋଇଛି ଭ୍ରମଣକାରୀ ଇଂଲଣ୍ଡ । ରବିଚନ୍ଦ୍ରନ ଅଶ୍ବିନଙ୍କ ଘାତକ ବୋଲିଂ ସାମ୍ନାରେ ଏକପ୍ରକାର ଆତ୍ମ ସମର୍ପଣ କରିଛି ଇଂଲିସ୍‌ ଟିମ୍‌ ।

ଅନ୍ୟପଟେ ଭାରତକୁ ୧୯୫ ରନ୍‌ର ବିଶାଳ ଲିଡ୍‌ ମିଳିଛି । ଯାହାକି ଦ୍ବିତୀୟ ଇନିଂସରେ ସହାୟକ ହେବ । ଭାରତ ପକ୍ଷରୁ ରବିଚନ୍ଦ୍ରନ୍‌ ଅଶ୍ବିନ ୪୩ ରନ୍‌ ଦେଇ ୫ ଓ୍ବିକେଟ୍‌ ହାସଲ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଇଶାନ୍ତ ଶର୍ମା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ୍‌ ନେଇଥିବା ବେଳେ ମହମ୍ମଦ ସିରାଜ୍‌ ଗୋଟିଏ ଓ୍ବିକେଟ୍‌ ନେଇଛନ୍ତି । ଇଂଲଣ୍ଡ ପକ୍ଷରୁ ବେନ୍‌ ଫୋକସ୍‌ ସର୍ବାଧିକ ୪୨ ରନ୍‌ କରିଛନ୍ତି ।

Leave a comment