କୁଏତରେ ଭୟାବହ ଅଗ୍ନିକାଣ୍ଡ, ୪୦ ଭାରତୀୟ ମୃତ

କୁଏତର ଦକ୍ଷିଣ ସହର ମଙ୍ଗଫ୍ରେ ବୁଧବାର ଏକ ବିଲ୍ଡିଂରେ ନିଆଁ ଭୟଙ୍କର ଅଗ୍ନିକାଣ୍ଡ। ଏହି ଘଟଣାରେ ୪୦ ଭାରତୀୟ ଶ୍ରମିକ ମୃତ୍ୟୁ ହୋଇଛି। କୁଏତର ସରକାରୀ ନ୍ୟୁଜ ଏଜେନ୍ସି ନିଜ ରିପୋର୍ଟରେ ଏହି ସୂଚନା ଦେଇଛି। ନିଆଁ ବୁଧବାର ସକାଳେ ଲାଗିଥିଲା ଓ ବିଲ୍ଡିଂରେ କଳା ଧୂଆଁର ଆସ୍ତରଣ ଦେଖିବାକୁ ମିଳିଥିଲା। ନିଆଁ ବିଲ୍ଡିଂର ବହୁ ଫ୍ଲୋର ପର୍ଯ୍ୟନ୍ତ ବ୍ୟାପୀ ଯାଇଥିଲା।
କୁଏତ ଅଥରିଟିର କହିବା ଅନୁସାରେ, ଆମେ ଏହି ମାମଲାର ଯାଞ୍ଚ କରୁଛୁ ଓ ନିଆଁ ଲାଗିଥିବାର ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା କରାଯାଉଛି।
ଏହି ବିଲ୍ଡିଂରେ ପ୍ରାୟ ୧୬୦ ଜଣ ଶ୍ରମିକ ରହୁଥିଲେ। ସମସ୍ତେ ପ୍ରାୟ ଭାରତୀୟ। ଭାରତୀୟ ରାଷ୍ଟ୍ରଦୂତ ଆଦର୍ଶ ସ୍ୱାଇକା ଆହତ ଶ୍ରମିକମାନଙ୍କୁ ଭେଟିଛନ୍ତି। ସେମାନେ ଅଲ୍ ଅଦାନ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଚିକିତ୍ସାଧୀନ ଭାରତୀୟ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଦୂତାବାସ ପକ୍ଷରୁ ଘୋଷଣା କରାଯାଇଛି।ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଅଗ୍ନିକାଣ୍ଡରେ ମୃତ ଭାରତୀୟ ଶ୍ରମିକମାନଙ୍କ ପରିବାରଙ୍କୁ ସେ ସମବେଦନା ଜଣାଇଛନ୍ତି ଓ ଦିବଙ୍ଗତ ଆତ୍ମାଙ୍କ ନିମନ୍ତେ ଶୋକ ପ୍ରକାଶ କରିଛନ୍ତି। ମୃତାହତ ଶ୍ରମିକମାନଙ୍କ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତ ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।